ଛତ୍ରପୁର: ଗଞ୍ଜାମ ଜିଲ୍ଲାର ଛତ୍ରପୁର ଅଞ୍ଚଳରୁ କୂଅରେ ପଡ଼ିଥିବା ବୃଦ୍ଧା ମା’ ଓ ପୁଅ ଉଦ୍ଧାର ହୋଇଥିବା ଖବର ଚାଞ୍ଚଲ୍ୟ ସୃଷ୍ଟି କରିଛି। ମିଳିଥିବା ସୂଚନା ଅନୁଯାୟୀ, ଛତ୍ରପୁରଠାରୁ ଏକ କିଲୋମିଟର ଦୂରସ୍ଥ କୁମରବେଗପଲ୍ଲୀ ଗ୍ରାମର ଜଣେ ୭୫ ବର୍ଷୀୟା ଛତ୍ରପୁର ଏବଂ ତାଙ୍କର ୫୫ ବର୍ଷର ପୁତ୍ରକୁ ଛତ୍ରପୁର ଅଗ୍ନିଶମ ବିଭାଗ କର୍ମଚାରୀମାନେ ଆଜି ସକାଳେ ୪୦ ଫୁଟ ଗଭୀର ଗୋଟିଏ କୂପରୁ ଉଦ୍ଧାର କରିଛନ୍ତି l
ସୂଚନାଯୋଗ୍ୟ ଯେ, କୁମାରବେଗପଲ୍ଲୀ ଗ୍ରାମର ଅନ୍ନପୂର୍ଣ୍ଣl ଗୌଡ଼ ନିଜ ବାରିପଟେ ଥିବା କୂଅ ଉପରେ ବସିଥିଲେ କୌଣସି କାରଣରୁ ତାଙ୍କରି ମୁଣ୍ଡ ବୁଲାଇବାରୁ କୂଅ ଭିତରେ ପଡ଼ିଯାଇଥିଲେ l ବୃଦ୍ଧା ମା’ଙ୍କୁ ଉଦ୍ଧାର କରିବାକୁ ପୁଅ ତିରୁପତି କୂଅ ଭିତରକୁ ଡେଇଁ ପଡ଼ିଥିଲେ l ଗଭୀର କୂଅ ଭିତରେ ମା’ଙ୍କୁ ତିରୁପତି ବଞ୍ଚାଇ ଥିବା ବେଳେ ବାହାରକୁ ଆଣିବା ସମ୍ଭବ ହୋଇ ପାରୁନଥିଲା l

Advertisment

ଏତିକି ବେଳେ ସୂଚନା ପାଇ ଗ୍ରାମରେ ଛତ୍ରପୁର ଅଗ୍ନିଶମ ବାହିନୀ କର୍ମଚାରୀମାନେ ଉଦ୍ଧାର ପାଇଁ ପହଞ୍ଚିଥିଲେ l ଦୀର୍ଘ ୩୦ ରୁ ୩୫ ମିନିଟ ଧରି କର୍ମଚାରୀମାନେ ସଂଘର୍ଷ କରି ଉଭୟ  ମା’ ଏବଂ ପୁଅଙ୍କୁ ଉଦ୍ଧାର କରିବାରେ ସଫଳ ହୋଇପାରିଥିଲେ l

ଛତ୍ରପୁର ଅଗ୍ନିଶମ ବାହିନୀର ଆସିଷ୍ଟାଣ୍ଟ ଫାୟାର ଅଫିସର ବିଶ୍ୱନାଥ ମହାନ୍ତିଙ୍କ ନିର୍ଦେଶ କ୍ରମେ ଲିଡ଼ିଙ୍ଗ ଫାୟାରମ୍ୟାନ ଅଭିରାମ ନାୟକଙ୍କ ନେତୃତ୍ୱରେ ଏହି ଉଦ୍ଧାର କାର୍ଯ୍ୟ ସମ୍ପନ୍ନ ହୋଇଥିଲା l ଅନ୍ୟମାନଙ୍କ ମଧ୍ୟରେ କାନ୍ହୁ ଶ୍ରୀଚନ୍ଦନ ପରିଡା, ରାକେଶ ମାନସିଂହ, ତପନ ବେହେରା, ଜଗନ୍ନାଥ ଦାସ  ଏବଂ କିଶୋର ମାଝୀ ପ୍ରମୁଖ କର୍ମଚାରୀ ସାମିଲ ହୋଇଥିଲେ l ଅଗ୍ନିଶମ ବାହିନୀଙ୍କ ଏଭଳି ତତକାଳ ସେବା ପାଇଁ ବିଭିନ୍ନ ମହଲରେ ପ୍ରଶଂସାର ସୁଅ ଛୁଟିଛି।