ବାଲେଶ୍ୱର : ୧୭ ଦିନ ପୂର୍ବରୁ ନାବାଳିକା ଝିଅ ବିଷପିଇ ଆତ୍ମହତ୍ୟା କରିଥିଲା। ଗତକାଲି ସନ୍ଧ୍ୟାରେ ମା ବି ବିଷପିଇ ଜୀବନ ହାରିଛନ୍ତି। ଘଟଣା ପଛର କାରଣ କିଛି ଜଣାପଡ଼ିନାହିଁ। ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଅନ୍ତର୍ଗତ କସବା ଜୟପୁର ଗ୍ରାମରେ ଏହି ଅଭାବନୀୟ ଘଟଣା ଘଟିଛି। ବୁଧବାର ସନ୍ଧ୍ୟା ପ୍ରାୟ ୫ଟା ସମୟରେ କସବା ଜୟପୁର ଗ୍ରାମର ବୃନ୍ଦାବନ ମଳିକଙ୍କ ପତ୍ନୀ ସୁମତି ମଳିକ ବିଷପିଇ ଆତ୍ମହତ୍ୟା କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଖନ୍ତାପଡା ଡାକ୍ତରଖାନା ପରେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଡାକ୍ତରରଖାନା ଅଣାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା। ସୁମତିଙ୍କ ସ୍ବାମୀ ଜଣେ ଦିନ ମଜୁରିଆ। ତାଙ୍କର ୧୫ ବର୍ଷର ନାବାଳିକା ଝିଅ ଆତ୍ମହତ୍ୟା କରିବା ପରେ ପତ୍ନୀ ସୁମତି ମାନସିକସ୍ତରରେ ଭାଙ୍ଗି ପଡ଼ିଥିଲେ। ଗତକାଲି ବୃନ୍ଦାବନ ଘରେ ନଥିବାବେଳେ ପତ୍ନୀ ବିଷ ପିଇ ଦେଇଥିଲେ। ଏବେ କେବଳ ତାଙ୍କ ସାହାଭରସା ଭାବେ ପାଖରେ ୭ ବର୍ଷର ପୁଅଟିଏ ରହିଛି ।
ବାଲେଶ୍ୱର : ଝିଅ ମୃତ୍ୟୁର ୧୭ ଦିନ ପରେ ମା’ର ଆତ୍ମହତ୍ୟା
/sambad/media/post_attachments/wp-content/uploads/2020/03/dead-indiatoday7.png)