ମାଲକାନଗିରି: ମାଲକାନଗିରିସ୍ଥିତ ଡିଏନକେ ଠାରେ ବାସ କରୁଥିବା ଭାବରଂଜନ ସିକଦାର କିଡ୍‌ନି ରୋଗରା ଆକ୍ରାନ୍ତ ହୋଇ ଛଟପଟ ହେଉଛନ୍ତି। ତେବେ ଭାବ ରଂଜନଙ୍କୁ କିଡ୍‌ନି ଦେବା ପାଇଁ ତାଂକ ମା’ ରାଜି ହୋଇଥିଲେ ମଧ୍ୟ ଅର୍ଥ ଅଭାବରୁ କିଡ୍‌ନି ପ୍ରତ୍ୟାରୋପଣ ହୋଇପାରୁ ନାହିଁ, ଯାହାକୁ ନେଇ ପରିବାରରେ ଏବେ ଚିନ୍ତା ବଢିଯାଇଛି। ଭାବରଂଜନଙ୍କ ପତ୍ନୀ ଏବଂ ଛୋଟ ଝିଅ ରହିଛନ୍ତି। ଘରେ ବୁଢି ମା’।

Advertisment

ତେବେ ଭାବରଂଜନ ଘରର ଜଣେ ମାତ୍ର ରୋଜଗାରିଆ ହୋଇଥିବାରୁ ତୁରନ୍ତ ତାଂକୁ କିଡ୍‌ନି ପ୍ରତ୍ୟାରୋପଣ କରାନଗଲେ କିଛି ବି ଅଘଟଣ ଘଟିବାର ଆଶଂକା ରହିଛି। ତେବେ ବହୁ ଲୋକଙ୍କ ନିକଟରେ ତଥା ପ୍ରଶାସନ ଓ ସରକାରଙ୍କ ନିକଟରେ ଫେରାଦ ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା ପରିବାର ଲୋକେ କହିଛନ୍ତି।

ତେବେ ଏନେଇ ମାଲକାନଗିରି ବିଧାୟକ ଆଦିତ୍ୟ ମାଢି ଜାଣିବା ପରେ ତୁରନ୍ତ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଏନେଇ ଏକ ପତ୍ର ଲେଖିଛନ୍ତି।ଭାବରଂଜନର କିଡ୍‌ନି ପ୍ରତ୍ୟାରୋପଣ ପାଇଁ ପ୍ରାୟ ୮ ଲକ୍ଷ ଟଂକା ଖର୍ଚ୍ଚ ହେବାକୁ ଥିବା ବେଳେ ଏହି ଆର୍ଥିକ ସହଯୋଗ କେନ୍ଦ୍ର ସରକାରଙ୍କ ତରଫରୁ କରାଯାଉ ବୋଲି ବିଧାୟକ ଆଦିତ୍ୟ ମାଢି ପତ୍ରରେ ଉଲ୍ଲେଖ କରିଛନ୍ତି। ତେବେ ରାଜ୍ୟ ସରକାର ମଧ୍ୟ ଏହି ଗରିବ ଭବରଂଜନକୁ ସହାୟତାର ହାତ ବଢାନ୍ତୁ ବୋଲି ସାଧାରଣରେ ଦାବି ହୋଇଛି।