ମାଲକାନଗିରି: ଅଙ୍କିତ କୁମାର ସାହୁ। ବୟସ ୧୫ ବର୍ଷ। ଯୁକ୍ତ ୨ର ଛାତ୍ର। ବାପା ନାରାୟଣ ସାହୁ ଏବଂ ମା’ ଛବିରାଣୀ ପୃଷ୍ଟିଙ୍କର ଏକମାତ୍ର ପୁଅ ଅଙ୍କିତ। ବାପା ପୋଷ୍ଟ ଅଫିସରେ ପିଅନ ଭାବେ କାମ କରୁଥିବା ବେଳେ ମା‘ ସରସ୍ବତୀ ଶିଶୁ ମନ୍ଦିରରେ ଶିକ୍ଷୟିତ୍ରୀ ଭାବେ କାମ କରନ୍ତି। ଅଙ୍କିତ ପିଲାଟି ଦିନରୁ ଜଣେ ମେଧାବୀ ଛାତ୍ର। ଦଶମ ପର୍ଯ୍ୟନ୍ତ ସେ ମା’ଙ୍କ ପାଖରେ ରହି ସରସ୍ବତୀ ଶିଶୁ ମନ୍ଦିରରେ ପାଠ ପଢ଼ିଥିଲେ। ଏବେ ସେ ଯୁକ୍ତ ଦୁଇ ଅନ୍ୟତ୍ର ପଢୁଛନ୍ତି।
ଏହି ଖବର ପଢ଼ନ୍ତୁ: ପକ୍ଷୀ ପ୍ରେମ ଓ ସମାଜସେବା ସତ୍ୟଙ୍କ ବ୍ରତ
ତେବେ ଗତ କିଛି ମାସ ତଳେ ତାଂକର ସ୍ବାସ୍ଥ୍ୟ ଖରାପ ହେବା ପରେ ତାଂକୁ ତୁରନ୍ତ ଭୁବନେଶ୍ବର ମେଡିକାଲ ନେଇ ଯାଞ୍ଚ କରିବା ପରେ ତାଂକର ଦୁଇଟି କିଡନି ଖରାପ ହୋଇଥିବା ଜଣାପଡ଼ିଥିଲା। ଏବେ ସେ ଶଯ୍ୟାଶାୟୀ। ତାଂକର ଡାଏଲିସିସ ଚାଲିଛି। ତେବେ ତୁରନ୍ତ କିଡନି ଟ୍ରାନସପ୍ଲାଣ୍ଟ କରାନଗଲେ ତାଂକର ସ୍ବାସ୍ଥ୍ୟ ଆହୁରି ଖରାପ ସ୍ଥିତି ଆଡକୁ ଚାଲିଯିବ। ପାଖରେ ଯାହା ଟଂକା ଥିଲା ସବୁ ଖର୍ଚ୍ଚ କରିସାରିଛନ୍ତି। ଆଉ ଟଂକା ନାହିଁ। ଅଙ୍କିତଙ୍କ ଜୀବନ ବଞ୍ଚାଇବା ପାଇଁ ତାଙ୍କ ମା’ କିଡ୍ନି ଦେବେ ବୋଲି ଜଣାପଡ଼ିଛି।
ଏହି ଖବର ପଢ଼ନ୍ତୁ: ପ୍ରଧାନମନ୍ତ୍ରୀଙ୍କ ୩ ଦିନିଆ ଓଡ଼ିଶା ଗସ୍ତ କାର୍ଯ୍ୟସୂଚୀ
ଡାକ୍ତର କିଡନି ଟ୍ରାନସପ୍ଲାଣ୍ଟ ପାଇଁ ପ୍ରାୟ ୯ରୁ ୧୦ ଲକ୍ଷ ଟଂକା ଖର୍ଚ୍ଚ ହେବ ବୋଲି କହିଛନ୍ତି। ପାଖରେ ଅର୍ଥର ଅଭାବ ଅନ୍ୟପଟେ ପୁଅର ଅସ୍ତ୍ରପ୍ରଚାର କିପରି କରିବେ ପରିବାର ଲୋକେ ଚିନ୍ତାରେ ପଡିଛନ୍ତି। ଏକମାତ୍ର ପୁଅର ଅବସ୍ଥା ଏଭଳି ହୋଇଥିବା ଯୋଗୁଁ ଏବେ ପରିବାରରେ ଦୁଃଖର ପାହାଡ଼ ପଡିଛି। ଆହା ବୋଲି ପଚାରିବାକୁ କେହି ନାହାନ୍ତି। ସ୍ବଳ୍ପ ରୋଜଗାରରେ ପରିବାର ଯେକୌଣସି ପ୍ରକାର ଚଳୁଥିଲେ। କିନ୍ତୁ ଏତେବେ ବଡ ବିପଦ ଆସିବା ପରେ ପରିବାର ଲୋକେ କିଣ କରିବେ ଚିନ୍ତାରେ ପଡ଼ିଛନ୍ତି।କେହି ଯଦି ବଦାନ୍ୟ ବ୍ୟକ୍ତି, ସ୍ବେଚ୍ଛାସେବୀ ସଂଗଠନ କିମ୍ବା ସରକାର ଅଙ୍କିତକୁ ସହଯୋଗ କରନ୍ତେ ତେବେ ତାର ଅସ୍ତ୍ରପ୍ରଚାର ହୋଇପାରନ୍ତା ବୋଲି ପରିବାର ଲୋକେ ଅନୁରୋଧ କରିଛନ୍ତି। ମୁଖ୍ୟମନ୍ତ୍ରୀ କଲ୍ୟାଣ ପାଣ୍ଠିରୁ ଅଙ୍କିତଙ୍କୁ ସହଯୋଗ କରିବା ପାଇଁ ସ୍ଥାନୀୟ ଅଂଚଳବାସୀ ଦାବି କରିଛନ୍ତି। ଏଥିପାଇଁ ଜିଲ୍ଲାପାଳ ସହଯୋଗ କରନ୍ତୁ ବୋଲି ସାଧାରଣରେ ଦାବି ହୋଇଛି।
ଏହି ଖବର ପଢ଼ନ୍ତୁ: ରାସ୍ତାକଡ଼ ଘର ଭିତରକୁ ପଶିଗଲା କାର୍