ବ୍ରହ୍ମପୁର: ପାରିବାରିକ ବିବାଦର ସମାଧାନ ନ ହେବାରୁ ବୋହୂ ଶାଶୁଘର ଆଗରେ ଧାରଣା ଦେବା ଫଳରେ ଏହାକୁ ନେଇ ମାନସିକ ଭାରସାମ୍ୟ ହରାଇ ଶାଶୁ ଆତ୍ମହତ୍ୟା କରିଥିବା ଜଣାଯାଇଛି। ଗଞ୍ଜାମ ଏନ୍ଏସିର ମଧ୍ୟ ଖଣ୍ଡସାହିରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଶାଶୁ ସୁଷମା ପଣ୍ଡା ଆଜି ସକାଳେ ଲୋକଲଜ୍ଜା ଭୟରେ ଫିନାଇଲ୍ ପିଇ ଦେଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁରର ଏମକେସିଜି ମେଡିକାଲରେ ଭର୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Advertisment

ସୂଚନାଯୋଗ୍ୟ, ୨୦୨୦ରେ ସୁଷମା ପଣ୍ଡା।ଙ୍କ ପୁଅ ତନ୍ମୟୀଙ୍କୁ ବିବାହ କରିଥିଲେ। ବିବାହର କିଛି ଦିନ ପରେ ପତିପତ୍ନୀଙ୍କ ମଧ୍ୟରେ କୌଣସି କାରଣରୁ କଳହ ଉପୁଜିଥିଲା। ଏହା ପରେ ତାଙ୍କ ପତ୍ନୀ ତନ୍ମୟୀ ବାପ ଘରକୁ ଚାଲି ଯାଇଥିଲେ। ଏପରିକି ତନ୍ମୟୀ ମହିଳା ଥାନାରେ ସ୍ୱାମୀଙ୍କ ନାଁରେ ଅଭିଯୋଗ କରିଥିଲେ। ମାମଲା ଏବେ ନ୍ୟାୟଳୟରେ ବିଚାରାଧୀନ ରହିଛି।
ପାରିବାରିକ କଳହର ସମାଧାନ ହୋଇପାରି ନଥିବା ବେଳେ ଗତକାଲି ତନ୍ମୟୀ ଆସି ଶାଶୁ ଘରେ ପହଞ୍ଚିଥିଲେ। ତାଙ୍କ ସହ ଜଣେ ସଂପର୍କୀୟା ମହିିଳା ବି ଆସିଥିଲେ। ଉଭୟେ   ଶାଶୁ ଘର ସାମ୍ନାରେ ଧାରଣାରେ ବସିଥିଲେ। ଏହାକୁ ନେଇ ସୁଷମା ପଣ୍ଡା ଆପତ୍ତି ଉଠାଇଥିଲେ ବି ତନ୍ମୟୀ ଧାରଣାରୁ ଉଠି ନଥିଲେ।