ମା’ମାନେ ହିଁ ଶିକ୍ଷକ : କୁମରବର ଦାସ

ରାଉରକେଲା: ମା’ କୁ ଭଲପାଉ ନଥିବା ବ୍ୟକ୍ତି କାହାର ବି ହୋଇପାରେନା। କାରଣ ମା’ ମାନେ ହିଁ ପିଲାମାନଙ୍କ ପ୍ରଥମ ଶିକ୍ଷକ। ମଣିଷ ବୃତ୍ତିରେ ରହିଲେ ପେସାଦାର ହୁଅନ୍ତି ମାତ୍ର ଉତ୍ସାହ ରହିଲେ ସର୍ବଦା ସଫଳ ହୁଅନ୍ତି । ମଣିଷ ର ଅନ୍ତର୍ନିହିତ ଶକ୍ତି ହିଁ ସୌନ୍ଦର୍ଯ୍ୟ ବୋଲି ଫକୀରମୋହନ ବିଶ୍ବବିଦ୍ୟାଳୟର ପ୍ରାକ୍ତନ କୁଳପତି କୁମରବର ଦାସ କହିଛନ୍ତି। ଆଜି ରାଉରକେଲା ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ ଆଲୁମନି ଆସୋସିଏସନ୍‌ର ପ୍ରଥମ ଗ୍ଲୋବାଲ୍ ମିଟରେ ସ୍ବତନ୍ତ୍ର ଅତିଥି ଭାବେ ଯୋଗଦେଇ ଶ୍ରୀ ଦାସ କହିଛନ୍ତି, ଆମେ ସ୍ବପ୍ନ  ଦେଖିଥିଲେ ସ୍ବପ୍ନ ଦେଖାଇ ପାରିବା, ଆମେ ଭଲ ଖାଇଥିଲେ ଭଲ ଖୁଆଇ ପାରିବା।  ଆଲୁମନି ଆସୋସିଏସନର ଗ୍ଲୋବାଲ୍ ମିଟର ପରିଚାଳନା କମିଟିର ଅଧ୍ୟକ୍ଷ ଡଃ ସମର ମୁଦାଲିଙ୍କ ଅଧ୍ୟକ୍ଷତା କରିଥିଲେ।

ଆବାହକ ଗିରିଶ ମହାପାତ୍ର ଓ ମୋ କଲେଜ ଅଭିଯାନର ମୁଖ୍ୟ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ବିଜୟ କୁମାର ବେହେରାଙ୍କ ଆବାହକତ୍ବ କରିଥିଲେ। ଝାଡଖଣ୍ଡ ଉଚ୍ଚ ନ୍ୟାୟାଳୟର ବିଚାରପତି ଅନିଲ କୁମାର ଚୌଧୁରୀ ମୁଖ୍ୟଅତିଥି, ଆଲୁମନି ତଥା ରାଉରକେଲା ଇସ୍ପାତ କାରଖାନାର ଭାରପ୍ରାପ୍ତ ନିର୍ଦ୍ଦେଶକ ଅତନୁ ଭୌମିକ ସ୍ବତନ୍ତ୍ର ଅତିଥି ଭାବେ ଯୋଗଦେଇଥିଲେ। ସାମ୍ପ୍ରତିକ ସ୍ଥିତିରେ ଶିକ୍ଷା ବ୍ୟବସ୍ଥା ସଂକ୍ରାନ୍ତରେ କହିଥିଲେ। ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ଆଲୁମନି ବିଷ୍ଣୁ ମହାନ୍ତି, ଆଲୁମନି ଛବି ମହାନ୍ତି ମଧ୍ୟସ୍ବତନ୍ତ୍ର ଅତିଥି ଭାବେ ଯୋଗ ନିଜର ମତ ରଖିଥିଲେ। ଆଲୁମନି ପ୍ରାକ୍ତନ ଅଧ୍ୟାପିକା  ଅନାକ୍ଷୀ ଦାସ କାର୍ଯ୍ୟକ୍ରମ ସଂଯୋଜନା କରିଥିଳେ। ଆସୋସିଏସନ୍‌ର ସଭାପତି ବିଭୁତି ଭୂଷଣ ପୁହାଣ ମହାବିଦ୍ୟାଳୟ ସଂପର୍କରେ ଆଲୋକପାତ କରିଥିଲେ। ଆଲୁମନି  ଡଃ ପ୍ରେମଲତା ଖଣ୍ଡୁଆଳ ମହାବିଦ୍ୟାଳୟ ଦ୍ବାରା ସୃଷ୍ଟି ହୋଇଥିବା ସଫଳ ବ୍ୟକ୍ତିତ୍ବଙ୍କ ସଂପର୍କରେ ମତ ରଖିଥିଲେ। ଦ୍ୱିତୀୟ ପର୍ଯ୍ୟାୟରେ କୁମରବର ଦାସଙ୍କ ଅଧ୍ୟକ୍ଷତାରେ ‘ ଭାରତରେ ସାମୁହିକ ଶିକ୍ଷା ବାସ୍ତବ କିମ୍ବା କାଳ୍ପନିକ ‘ ସଂପର୍କରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଆଲୁମନି ଡଃ ଅଶୋକ କୁମାର ପଣ୍ଡା, ଇଂ ନଳିନୀ କାନ୍ତ ଧର, ଡଃ ମଧୁସ୍ମିତା ଧୁପାଳ, ଇଂ ଅଜିତ ମୋହନ ପୂଜାରୀ, ଛବି ମହାନ୍ତି, ଡଃ ସୁମନ ଭଟ୍ଟାଚାର୍ଯ୍ୟ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ତୃତୀୟ ପର୍ଯ୍ୟାୟରେ ବିଷ୍ଣୁ ମହାନ୍ତିଙ୍କ ସଂଯୋଜନାରେ  ଆଲୁମନିମାନେ ସଂଗଠନକୁ ସୁଦୃଢ଼ ଓ ଅଧିକ କ୍ରୀୟାଶୀଳ କରିବା ପାଇଁ ମତ ରଖିଥିଲେ । ଏହି ଅବସରରେ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷା ପ୍ରଫେସର ଜୋସ୍ନା ପଟ୍ଟନାୟକ ଓ ପ୍ରଫେସର ଗୌରୀଶଙ୍କର ଆଚାର୍ଯ୍ୟଙ୍କୁ ଆସୋସିଏସନ୍ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା। ପୂର୍ତ୍ତ ବିଭାଗର ବିଶେଷ ଅବଦା ପାଇଁ ମୁଖ୍ୟଯନ୍ତ୍ରୀ ନାରାୟଣ ପାଲ, ଇଂ ଗୌରାଙ୍ଗ ସାହୁ, ଇଂ ସୂର୍ଯ୍ୟନାରାୟଣ ଆଚାର୍ଯ୍ୟ ଓ ଇଂ ମନୋଜ ମହାନନ୍ଦଙ୍କୁ ସମ୍ମାନିତ କରାଯାଇଥିଲା। ଆଲୁମନି ମୋନାଲିସା ସାହୁଙ୍କ ସଂଯୋଜନାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଡଃ  ସୁଚିତ୍ରା ମହାନ୍ତି , ସୁଚିସ୍ମିତା ମଡୁଆଳ, ପ୍ରିୟଙ୍କା ପ୍ରିୟଦର୍ଶନୀ, ବର୍ଷା ଜେନା, ଗାୟତ୍ରୀ ବେହେରା, ମୀନାକ୍ଷୀ ଏକ୍କା, ଗୀତା ବାରିକ ପ୍ରମୁଖ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ। ଅଧ୍ୟାପକ  ସର୍ବଶ୍ରୀ ଅଭିଜିତ ଜେନା, ପ୍ରଦୀପ ଖେସ, ସମୀର ପୃଷ୍ଟି, ମମତା ବକ୍ସଲା, ଅନପୂର୍ଣ୍ଣା ମହନ୍ତ,ଆସ୍ତିକ ବାରିକ,ଡି ଅଭିକ କୁମାର, ପୂଜା ଅର୍ଚ୍ଚନା ମହାନ୍ତି, ସବିତା ରାଉତରାୟ, ସୁକନ୍ୟା ମିଶ୍ର, ରଶ୍ମିପ୍ରିୟା  ଗୌଡ, ବିଶ୍ବରଂଜନ ଦାସ, ଅଙ୍କିତା ସୂତାର, ମନୀଶ ଚୌବେ, ସୂଜାତା ସ୍ବାଇଁ, ଆଶିଷ ରଂଜନ ମାଳି, ନିଶି ପୋଦ୍ଦାର କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ। ସଂପାଦକ ରୋଶନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

ସମ୍ବନ୍ଧିତ ଖବର