ଖୋର୍ଦ୍ଧା ସମ୍ବାଦ ସାହିତ୍ୟଘର ପକ୍ଷରୁ ବିଶ୍ୱ ମାତୃତ୍ବ ଦିବସ

ଖୋର୍ଦ୍ଧା: ଏକ ବ୍ୟକ୍ତି ଜୀବନରେ ମା’ର ଭୂମିକା ଅତୁଳନୀୟ । ତା’ର କୌଣସି ବିକଳ୍ପ ନାହିଁ । ସମାଜ ପାଇଁ ମା’ଙ୍କ ଭୂମିକା ଅସୀମ । ମା’ମାନେ ଏକଧାରରେ ଜନ୍ମଦାତ୍ରୀ, ପାଳନକର୍ତୀ ଓ ଶିକ୍ଷାଦାତ୍ରୀ, ଏଣୁ ଭାରତର ସଂସ୍କୃତି ଜନନୀ ଜନ୍ମଭୂମିଶ୍ଚ ସ୍ୱର୍ଗାଦପୀ ଗରିୟସୀ ବୋଲି ଘୋଷଣା କେରେ ବୋଲି ଆଜି ଖୋର୍ଦ୍ଧା ସମ୍ବାଦ ସାହିତ୍ୟଘର ପକ୍ଷରୁ ବିଶ୍ୱ ମାତୃତ୍ବ ଦିବସ ଉପଲକ୍ଷେ ଆୟୋଜିତ “ସମାଜକୁ ମା’ମାନଙ୍କ ଅବଦାନ’ ଶୀର୍ଶକ ଆଲୋଚନାରେ ଯୋଗ ଦେଇ ଅତିଥି ଓ ବକ୍ତାମାନେ ନିଜ ବକ୍ତବ୍ୟରେ ମତ ଦେଇଛନ୍ତି ।

ସ୍ଥାନୀୟ ବିଡିଏ କଲୋନି ଗାୟତ୍ରୀ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ଏହି ସଭାରେ ସମ୍ବାଦ ସାହିତ୍ୟଘରର ସଭାପତି ସତ୍ୟବାଦୀ ବଳିଆରସିଂହ ଅଧ୍ୟକ୍ଷତା କରିଥିଲେ । ଭୀମସେନ ପ୍ରଧାନ, ବିଧାନଚନ୍ଦ୍ର ମହାନ୍ତି, ଡ ବୃନ୍ଦାବନ ପଣ୍ଡା, କୃଷ୍ଣଚନ୍ଦ୍ର ହରିଚନ୍ଦନ, ସମରେନ୍ଦ୍ର ବଳିଆରସିଂହ, ସାହିତ୍ୟଘରର ଉପସଭାପତି ପ୍ରଫୁଲ୍ଲ କୁମାର ସାମନ୍ତରାୟ ପ୍ରମୁଖ ଆଲୋଚନାରେ ଭାଗ ନେଇ ବ୍ୟଷ୍ଠି ଓ ସମିଷ୍ଠି ଜୀବନରେ ମାତୃଶକ୍ତିର ଭୂମିକା ସମ୍ପର୍କରେ କହିଥିଲେ । ଅଧ୍ୟକ୍ଷ ଶ୍ରୀ ବଳିଆରସିଂହଙ୍କୁ ଓଡ଼ିଶା ସାହିତ୍ୟ ଅକାଦମୀ ପକ୍ଷରୁ ଆଜୀବନ ସାହିତ୍ୟ ସାଧକ ଭାବେ ସମ୍ମାନିତ କରାଯାଇଥିବାରୁ ସମ୍ବର୍ଦ୍ଧିତ କରାଯାଇଥିଲା । ନିଜ ବକ୍ତବ୍ୟରେ ଇତିହାସ, ପୁରାଣ ଆଦିରୁ ଉଦାହରଣ ଦେଇ ମା’ମାନେ ନିଜ ସନ୍ତାନଙ୍କ ନିମନ୍ତେ କିଭଳି ଅସାଧ୍ୟ ସାଧନ କରିଥିଲେ ବର୍ଣ୍ଣନା କରିଥିଲେ ।

ସମ୍ବାଦ ସାହିତ୍ୟଘର ସମ୍ପାଦକ ଗୋବିନ୍ଦ ଚନ୍ଦ୍ର ମହାରଣାଙ୍କ ସଂଯୋଜନାରେ କବିତା ପାଠ ହୋଇଥିଲା । ଏଥିରେ ବିକ୍ରମ କେଶରୀ ଚମ୍ପତ୍ତି, ରାଜକିଶୋର ବଳିଆରସିଂହ, ଡ ନୀଳାଦ୍ରିନାଥ ଜଗଦେ୍ଦବ, ଅଶୋକ କୁମାର ରାୟସିଂହ, ଜ୍ୟୋତିପ୍ରଭା ପଟ୍ଟନାୟକ, ଶାନ୍ତିଲତା ଦେବୀ, କୈଳାସ ଚନ୍ଦ୍ର ପୃଷ୍ଟି, ବାସୁଦେବ ସାହୁ, ବଂଶିଧର ଦାସ, ବାସନ୍ତୀ ଦେଈ, ଡ ଚପଳା କୁମାରୀ ପଣ୍ଡା, ବିଳାସିନୀ ଦାଶ, ସୁବାସିନୀ ପଟ୍ଟନାୟକ, ଇତିଶ୍ରୀ ସାହୁ, ଦିଲିପ କୁମାର କର, ଅନସୂୟା ସାମନ୍ତରାୟ, ନିରଂଜନ ସାମନ୍ତରାୟ ପ୍ରମୁଖ ସ୍ୱନାମଧନ୍ୟ କବି ଓ କବୟତ୍ରୀଯୋଗ ଦେଇ ସ୍ୱରଚିତ କବିତା ପାଠ କରିଥିଲେ । ଉପଦେଷ୍ଟା ବିଳାସିନୀ ଦାଶ ଧନ୍ୟବାଦ ଦେଇଥିଲେ । ସୌଭାଗ୍ୟ କୁମାର କର ଓ ଜ୍ୟୋତି ରଂଜନ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

ସମ୍ବନ୍ଧିତ ଖବର