ରାଜନୀତି ଛକାପଞ୍ଝା: ପୁଅ ପାଇଁ ମା’ର ଡିଲର ପଦ ଗଲା!

ଦଶରଥପୁର : ଦଶରଥପୁର ବ୍ଲକର କନିକାପଡା ପଞ୍ଚାୟତରେ କିଛି ଦିନ ହେଲା ଡିଲର ପାଇଁ ରାଜନୈତିକ ଛକାପଞ୍ଝା ଲାଗିଥିଲା। ଏହି ପଞ୍ଚାୟତର ମାନସିଂହପାଟଣା ଗ୍ରାମର ରାସନ ଡିଲର ଊର୍ମିଳା ପଣ୍ଡାଙ୍କୁ ନିଲମ୍ବିତ କରାଯାଇଛି। ତାଙ୍କ ସପକ୍ଷରେ ଅନେକ ଲୋକ ମତ ଦେଇଥିବା ବେଳେ କେତେକ ବିରୋଧ କରି ଅଭିଯୋଗ କରିଥିଲେ। ଶ୍ରୀମତୀ ପଣ୍ଡାଙ୍କ ପୁଅ ବିଜେପି ପାଇଁ ଗତ ୨୦୧୯ ନିର୍ବାଚନରେ ପ୍ରଚାର କରୁଥିବାରୁ ପ୍ରତିହିଂସା ପରାୟଣ ହୋଇ ତାଙ୍କ ଡିଲରସିପ୍ ରଦ୍ଦ କରାଯାଇଛି ବୋଲି ତାଙ୍କ ସପକ୍ଷବାଦୀ ଦାବି କରୁଛନ୍ତି।

ଡିଲରଙ୍କ ସପକ୍ଷବାଦୀ ୨୯୫ ଜଣ ରାସନକାର୍ଡଧାରୀ ବିଡିଓ, ଯୋଗାଣ ଅଧିକାରୀ, ଉପଜିଲ୍ଲାପାଳ, ଜିଲ୍ଲାପାଳଙ୍କୁ ଜଣାଇବା ସ‌ତ୍ତ୍ବେ ଗତ ଡିସେମ୍ବର ମାସରେ ତାଙ୍କୁ ତେଲ ନଦେଇ କେବଳ ଚଉଳ ବଣ୍ଟନ କରିବାକୁ ‌ଦିଆଯାଇଥିଲା। ଜାନୁଆରିରୁ ସମ୍ପୂର୍ଣ୍ଣ ରାସନ ସାମଗ୍ରୀ ପ୍ରଦାନ ବନ୍ଦ କରିଦିଆଯାଇଛି। ତାଙ୍କ ବଦଳ‌ରେ କନିକାପଡ଼ାର ଅନ୍ୟ ଡିଲର ସ୍ମିତା ଭଞ୍ଜଙ୍କୁ ଏହି ବଣ୍ଟନ ପାଇଁ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ଜଣେ ଶାସକ ଦଳର ନେତାଙ୍କ ଘରେ ରାସନ ସାମଗ୍ରୀ ବଣ୍ଟାନ କରାଯାଉଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ରାଜନୈତିକ ଛକାପଞ୍ଝା ଲାଗି ରହିଛି।

ସମ୍ବନ୍ଧିତ ଖବର