ପୁଅବୋହୂଙ୍କ ମାଡ଼ରେ ମା’ର ମୁଣ୍ଡ ଫାଟିଲା

ମାଣିଦା: ସମ୍ପତି ଲୋଭରେ ହିତାହିତ ଜ୍ଞାନ ଭୁଲିଗଲା ପୁଅ। ମାତ୍ର ୩ ମାସ ତଳେ ବାହାହୋଇ ଘରକୁ ଆଣିଥିବା ପତ୍ନୀଙ୍କ ସହ ମିଶି ଜନ୍ମକଲା ମା’ର ମୁଣ୍ଡ ଫଟାଇଦେଲା। ଏମିତି ଘଟଣା ଘଟିଛି ରାସଗୋବିନ୍ଦପୁର ଥାନା ଅଧୀନ ପାଇକସାହି ଗ୍ରାମରେ।

ପ୍ରତାପଚନ୍ଦ୍ର ନାୟକଙ୍କ ପତ୍ନୀ ଲକ୍ଷ୍ମୀପ୍ରିୟା (୪୫)ଙ୍କ ଅଭିଯୋଗ ଅନୁଯାୟୀ; ବୋହୂ ନାଁରେ ଏକ ଜମି କବଲା କରିବାକୁ କେନ୍ଦ୍ର କରି ବଡ଼ପୁଅ ଦିଲ୍ଲୀପ ଓ ବୋହୂ ସୁଜାତା ମିଶି ଏକ ଲୁହା ନଳରେ ପିଟି ତାଙ୍କ ମୁଣ୍ଡ ଫଟାଇ ଦେଇଥିଲେ। ଗତ ୧୧ ତାରିଖ ଦିନ ଲକ୍ଷ୍ମୀପ୍ରିୟା ରାସଗୋବିନ୍ଦପୁର ଡାକ୍ତରଖାନାରେ ଚିକିତ୍ସିତ ହେବାପରେ ଥାନାରେ ଏତଲା ଦେଇଛନ୍ତି। ପୁଲିସ ୬୫/୨୩ରେ ମାମଲା ରୁଜୁ କରି ଅଭିଯୁକ୍ତ ପୁଅକୁ ଥାନାକୁ ଡାକି ପଚରାଉଚରା କରିଛି।

ସମ୍ବନ୍ଧିତ ଖବର