ମାଓବାଦୀଙ୍କ କବଜାରେ ମୋଟର ଲଂଚ ଓ କର୍ମଚାରୀ !

ଚିତ୍ରକୋଣ୍ଡା: ସ୍ୱାଭିମାନ ଅଂଚଳ ଚିତ୍ରକୋଣ୍ଡାରେ ନିର୍ବାଚନ ଭଣ୍ଡୁର କରିବାକୁ ମାଓବାଦୀମାନେ ୨ଦିନ ହେଲା ୪ଟି ମୋଟର ଲଂଚକୁ ଅଟକ ରଖିଥିବା ଜଣାପଡିଛି । କୁନ୍ତୁରପଦର ଓ ଯୋଡ଼ାଆମ୍ବ ଓ ପଣସପୁଟକୁ ଯୋଗାଯୋଗ କରୁଥିବା ଏହି ଲଂଚକୁ ଅଟକ ରଖାଯାଇଥିବା ଜଣାପଡିଛି । ୪ଟି ମୋଟର ଲଂଚରେ ଥିବା ୭ରୁ ୮ ଜଣ କର୍ମଚାରୀଙ୍କୁ ମଧ୍ୟ ମାଓବାଦୀ ଅଟକ ରଖିଛନ୍ତି । ଗତକାଲି ଏହି ଅଂଚଳରେ ମତଦାନ ହୋଇଥିଲା ।

ସୂଚନା ଅନୁସାରେ ଗତ ବୁଧବାର ଦିନ ଦୁଇଟି ମୋଟର ଲଂଚକୁ ଅଟକ ରଖାଯାଇଥିଲା । ଆଉ ଗତକାଲି ଆଉ ୨ଟି ମୋଟର ଲଂଚକୁ ଅଟକ ରଖିଛନ୍ତି ମାଓବାଦୀ । ସରକାରୀ କଳ ଏହି ମୋଟର ଲଂଚକୁ ନିର୍ବାଚନ କାର୍ଯ୍ୟରେ ନିୟୋଜିତ କରିବା ତଥା ଭୋଟରଙ୍କୁ ନିଆ ଅଣା କରାଯିବ ଚିନ୍ତା କରି ମାଓବାଦୀମାନେ ଏପରି ଯୋଜନା କରିଥିଲେ । ନିର୍ବାଚନ ପ୍ରକ୍ରିୟା ଶେଷ ହେବା ପରେ ମୋଟର ଲଂଚ ଛାଡ଼ିପାରନ୍ତି ବୋଲି ଆଶା କରାଯାଉଛି ।

ସମ୍ବନ୍ଧିତ ଖବର