ହସ୍ତଶିଳ୍ପ ପ୍ରକଳ୍ପଗୁଡ଼ିକର ସଫଳ ରୂପାୟନ ପାଇଁ ସିଡାକ୍‌ ଓ ନାବକନ୍ସ ମଧ୍ୟରେ ଚୁକ୍ତିଚାମା

ଭୁବନେଶ୍ବର : ନାବାର୍ଡ କନ୍‌ସଲ୍‌ଟାନ୍ସି ସର୍ଭିସେସ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ (ନାବକନ୍ସ) ସହିତ ରାଜ୍ୟ କଳା ଓ ହସ୍ତଶିଳ୍ପ ବିକାଶ ଅନୁଷ୍ଠାନ (ସିଡାକ୍‌)ର ଏକ ଚୁକ୍ତିନାମା ସ୍ବାକ୍ଷରିତ ହୋଇଯାଇଛି। ସିଡାକ୍‌ର ସଭାଗୃହରେ ରାଜ୍ୟ ହସ୍ତଶିଳ୍ପ ନିର୍ଦ୍ଦେଶକ ଶ୍ୟାମଭକ୍ତ ମିଶ୍ରଙ୍କ ଉପସ୍ଥିତିରେ ନାବକନ୍ସ ପକ୍ଷରୁ ସାଧାରଣ ପରିଚାଳକ ବିଭୂତି ଭୂଷଣ ସାହୁ ଓ ସିଡାକ୍‌ର ସଦସ୍ୟ ସଚିବ ଶିଶିର କୁମାର ରଥ ଚୁକ୍ତିନାମା ସ୍ବାକ୍ଷର କରିଥିଲେ। ନାବକନ୍ସର ସହଭାଗିତାରେ ରାଜ୍ୟରେ ବିଭିନ୍ନ ହସ୍ତଶିଳ୍ପ ପ୍ରକଳ୍ପଗୁଡ଼ିକର ସଫଳ ରୂପାୟନ ଏହି ଚୁକ୍ତିର ମୂଳ ଉଦ୍ଦେଶ୍ୟ। ଏହି ଅବସରରେ ନାବକନ୍ସର ସହ ସାଧାରଣ ପରିଚାଳକ ଅକ୍ଷୟ କୁମାର ଚୌଧୁରୀ ଓ ବରିଷ୍ଠ ପରାମର୍ଶଦାତା ଶ୍ରାବଣୀ ହାଲଦାର ଉପସ୍ଥିତ ଥିଲେ। ଏଥିସହ ସିଡାକ୍‌ ପକ୍ଷରୁ ସହନିର୍ଦ୍ଦେଶକ ସନ୍ତୋଷ କୁମାର ମହାନ୍ତି ଓ ପ୍ରକଳ୍ପ ସଂଯୋଜକ ଅଶୋକ କୁମାର ଚିନ୍ନାରା ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର