ଅନଲାଇନ୍ ବିଲଡିଂ ପ୍ଲାନ୍ ଅନୁମୋଦନ ବ୍ୟବସ୍ଥା ପାଇଁ ନଗର ଉନ୍ନୟନ ବିଭାଗ ଓ ଏଏଆଇ ମଧ୍ୟରେ ଏମ୍‌ଓୟୁ

ଭୁବେନଶ୍ବର : ଏଣିକି ଅନଲାଇନ୍‌ରେ‌ ବିଲଡିଂ ପ୍ଲାନ୍ ଆବେଦନ କଲେ ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ (ଏଏଆଇ)ଠାରୁ ଏନ୍‌ଓସି ଆଣିବାକୁ ବାରମ୍ବାର ଏଏଆଇ କାର୍ଯ୍ୟାଳୟକୁ ଦଉଡ଼ିବାକୁ ପଡ଼ିବନି। ଅନଲାଇନ୍‌ରେ ହିଁ ଏନ୍‌ଓସି ମିଳିଯିବ। ଏନେଇ ଆଜି ନଗର ଉନ୍ନୟନ ବିଭାଗ ଓ ଏଏଆଇ ମଧ୍ୟରେ ଏମ୍‌ଓୟୁ ସ୍ବାକ୍ଷର ହୋଇଛି। ଏହାଦ୍ବାରା ଯେଉଁମାନେ ସୁଯୋଗ ୱେବସାଇଟ୍‌ରେ ଘର ପ୍ଲାନ୍‌ ଆବେଦନ କରୁଥିବେ ସେମାନେ ଉପକୃତ ହେବେ।

ଏହି ଏମ୍‌ଓୟୁ ସ୍ବାକ୍ଷର କାର୍ଯ୍ୟକ୍ରମରେ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଜି.ମାଥିଭାଥନନ୍, ବିଡିଏ ଉପାଧ୍ୟକ୍ଷ ବଲୱନ୍ତ ସିଂହ, ବିଏମ୍‌ସି କମିସନର ବିଜୟ ଅମ୍ରିତ କୁଲାଙ୍ଗେ, ନଗର ଉନ୍ନୟନ ବିଭାଗ ଅତିରକ୍ତ ସଚିବ ସୁଶାନ୍ତ କୁମାର ମିଶ୍ର, ଏଟିଏମ୍‌ର ମହାପ୍ରବନ୍ଧକ ଆର୍‌.ଏସ୍‌ ଲାହାଉରିଆ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର