ଭୁବନେଶ୍ୱର: ଝାରସୁଗୁଡ଼ାଠାରେ ବିଭିନ୍ନ ରୋଗର ଚିହ୍ନଟ ପାଇଁ ଉନ୍ନତ ମାନର ପାଥୋଲ୍ୟାବ ଓ ରେଡ଼ିଓଲୋଜି ପରୀକ୍ଷା ପାଇଁ ବେଦାନ୍ତ ଆଲୁମିନିୟମ୍ ଏବଂ ଏସ୍.ଆର୍.ଏଲ୍ ଲିମିଟେଡ୍ ମଧ୍ୟରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି। ଲୋକସେବା ଭବନଠାରେ ଶୁକ୍ରବାର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ନବକିଶୋର ଦାସଙ୍କ ଉପସ୍ଥିତିରେ ବେଦାନ୍ତ ପକ୍ଷରୁ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧକାରୀ ଛବିନାଥ ସିଂ ଓ ଏସ୍.ଆର୍.ଏଲ୍, ଓଡ଼ିଶା କ୍ଲଷ୍ଟର ମୁଖ୍ୟ ରାଜାଶି ଦାସ ଏହି ଚୁକ୍ତିନାମାରେ ସ୍ୱାକ୍ଷର କରିଛନ୍ତି। ଏହି ଅବସରରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ କହିଛନ୍ତି, ସରକାର ରାଜ୍ୟରେ ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ଅଗ୍ରାଧିକାର ଦେଇ ଆସୁଛନ୍ତିା ଫଳରେ ତୃଣମୂଳ ସ୍ତରରେ ସାଧାରଣ ଲୋକଟିଏ ଯେପରି ଉପଯୁକ୍ତ ଚିକିତ୍ସା ପାଇବାରୁ ବଞ୍ଚତ ନହୁଏ ସେ ଦିଗରେ ସଚେତନ ଅଛନ୍ତିା
ସୂଚନାଯୋଗ୍ୟ ଯେ ଝାରସୁଗୁଡ଼ାଠାରେ ଏହି ଅତ୍ୟାଧୁନିକ ବିଶ୍ୱସ୍ତରୀୟ ପାଥୋଲ୍ୟାବ ପ୍ରତିଷ୍ଠା କାର୍ଯ୍ୟ ଏକ ବର୍ଷ ମଧ୍ୟରେ ଶେଷ ହୋଇ ୨୦୨୧ ମସିହା ସୁଦ୍ଧା କାର୍ଯ୍ୟକ୍ଷମ ହେବା। ଏଥ ପାଇଁ ସରକାରଙ୍କ ତରଫରୁ ଝାରସୁଗୁଡ଼ା ସହର ଓ ଲାଇକେରା ବ୍ଲକରେ ଭୂମି ଯୋଗାଇ ଦିଆଯାଇଛିା ବେଦାନ୍ତ କର୍ତ୍ତୃପକ୍ଷ ସେମାନଙ୍କର କର୍ପୋରେଟ୍ ସାମାଜିକ ଦାୟିତ୍ୱ ପାଣ୍ଠିରୁ ଲ୍ୟାବ୍ ପ୍ରତିଷ୍ଠା ସହ ଏସ୍.ଆର୍.ଏଲକୁ ଅନୁଦାନ ଯୋଗାଇଦେବୋ ବୁଝାମଣାପତ୍ର ସ୍ୱାକ୍ଷର ଅବସରରେ ବେଦାନ୍ତର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ସିଂ କହିଛନ୍ତି, ବେଦାନ୍ତ ସବୁବେଳେ ତା’ର ସାମାଜିକ ଦାୟିତ୍ୱ ଉପରେ ଗୁରୁତ୍ୱ ଦେଇଆସିଛିା ଝାରସୁଗୁଡ଼ାଠାରେ କମ୍ପାନି ଖୁବ୍ କମ୍ ସମୟ ମଧ୍ୟରେ ଲ୍ୟାବ୍ ପ୍ରତିଷ୍ଠା କରିବା ଏହା ଦ୍ୱାରା ଝାରସୁଗୁଡ଼ା ଓ ଲାଇକେରା ବ୍ଲକର ଜନସାଧାରଣ ଉତ୍ତମମାନର ଚିକିତ୍ସା ସେବା ପାଇପାରିବୋ
/sambad/media/post_attachments/wp-content/uploads/2019/10/jsg2.jpg)
ସେହିପରି ଏସ୍.ଆର୍.ଏଲ କ୍ଲଷ୍ଟର ହେଡ୍ ରାଜାଶୀ ଦାସ୍ କହିଛନ୍ତି, କମ୍ପାନୀ କେବଳ ଓଡ଼ିଶାରେ ନୁହେଁ ସମଗ୍ର ଭାରତ ବର୍ଷରେ ନଂ-୧ ସ୍ଥିତିରେ ଥବାବେଳେ ଦେଶ ବାହାରେ ମଧ୍ୟ ନିଜକୁ ପ୍ରତିଷ୍ଠିତ କରିପାରିଛିା ଆମେ ଝାରସୁଗୁଡ଼ାଠାରେ ସର୍ବଶ୍ରେଷ୍ଠ ଟେକ୍ନୋଲୋଜିର ପ୍ରୟୋଗ ସହ ଉନ୍ନତ ମାନର ଲ୍ୟାବ୍ ପ୍ରତିଷ୍ଠା କରିବାକୁ ଯାଉଛୁା ଳରେ ଏହି ଅଞ୍ଚଳର ରୋଗୀମାନଙ୍କୁ ଆଉ ବାହାରକୁ ଯିବାକୁ ପଡ଼ିବ ନାହିାଁ ଏଠାରେ ସାଧାରଣ ରକ୍ତ ପରୀକ୍ଷାଠାରୁ ଆରମ୍ଭ କରି ଇସିଜି, ଅଲ୍ଟ୍ରାସାଉଣ୍ଡ ଓ ଏମ୍ଆର୍ଆଇ ଭଳି ପରୀକ୍ଷଣ ସେବା ମିଳିପାରିବା ଏହି ଅବସରରେ ଝାରସୁଗୁଡ଼ା ଜିଲ୍ଲାପାଳ ସରୋଜ ସାମଲଙ୍କ ସମେତ ସ୍ୱାସ୍ଥ୍ୟ ବିଭାଗର ଉଚ୍ଚପଦସ୍ଥ ଅଧିକାରୀ ଉପସ୍ଥିତ ଥଲୋ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/10/jsg1-1.jpg)