ରାଉରକେଲା : ଶଙ୍ଖ ନଦୀରେ ମହାରତ୍ନ କମ୍ପାନି ଭାରତୀୟ ଇସ୍ପାତ ପ୍ରାଧିକରଣ (ସେଲ୍) ପରିଚାଳନାଧୀନ ରାଉରକେଲା ଇସ୍ପାତ କାରଖାନା (ଆର୍ଏସ୍ପି) ଦ୍ୱାରା ନିର୍ମିତ ଓ ପରିଚାଳିତ ମନ୍ଦିରା ନଦୀ ବନ୍ଧ ଜଳରୁ ୧୦ ମେଗାଓ୍ଵାଟ୍ ବିଦ୍ୟୁତ ଉତ୍ପାଦନ ହେବ। ଏଥିପାଇଁ ଗତ ୧୩ ତାରିଖରେ ଆର୍ଏସ୍ପି ଓ ରାଜ୍ୟ ସରକାରଙ୍କ ସବୁଜ ଶକ୍ତି ବିକାଶ ନିଗମ ଲିଃ (ଜେଡ୍କଲ୍) ମଧ୍ୟରେ ଯୁଗ୍ମ ଉଦ୍ୟୋଗ ବୁଝାମଣା ପତ୍ର (ଏମ୍ଓୟୁ) ସ୍ୱାକ୍ଷରିତ ହୋଇଛି। ସେଲ୍ ପକ୍ଷରୁ ଆର୍ଏସ୍ପି ମୁଖ୍ୟ ନିର୍ବାହୀ ଅଫିସର (ସିଇଓ) ଅଶ୍ୱିନୀ କୁମାର ଓ ସରକାରଙ୍କ ପକ୍ଷରୁ ଶକ୍ତି ବିଭାଗର ପ୍ରମୁଖ ସଚିବ ହେମନ୍ତ କୁମାର ଚୁକ୍ତି ସ୍ୱାକ୍ଷର କରିଛନ୍ତି। ପ୍ରସ୍ତାବ ଅନୁସାରେ ଯୁଗ୍ମ ଉଦ୍ୟୋଗ କମ୍ପାନି ମନ୍ଦିରା ଡ୍ୟାମ୍ରେ ୩.୩୩ ମେଗାଓ୍ଵାଟ୍ ଉତ୍ପାଦନ କ୍ଷମତାର ୩ଟି ଜଳ ବିଦ୍ୟୁତ ୟୁନିଟ୍ ସ୍ଥାପନ କରିବ। ସେଥିପାଇଁ ୭୮ କୋଟି ୮୦ ଲକ୍ଷ ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ଏହି ଯୁଗ୍ମ ଉଦ୍ୟୋଗ ପ୍ରକଳ୍ପ ୨୦୨୦ ନଭେମ୍ବର ସୁଦ୍ଧା ଉତ୍ପାଦନକ୍ଷମ ହେବାକୁ ଲକ୍ଷ୍ୟ ରଖାଯାଇଛି।
ଆର୍ଏସ୍ପି-ଜେଡ୍କଲ୍ ଏମ୍ଓୟୁ
ମନ୍ଦିରା ଡ୍ୟାମ୍ରୁ ଉତ୍ପନ୍ନ ହେବ ୧୦ ମେଗାଓ୍ଵାଟ୍ ଜଳ ବିଦ୍ୟୁତ
/sambad/media/post_attachments/wp-content/uploads/2018/02/Rkl-Mandira-Dam.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)