ଅନ୍ଧତ୍ବ ଦୂରୀକରଣ ପାଇଁ ଦୁଇ ଏନ୍‌ଜିଓ ସହ ସ୍ବାସ୍ଥ୍ୟ ବିଭାଗର ଏମ୍‌ଓୟୁ

ଭୁବନେଶ୍ବର : ଗଞ୍ଜାମ, ବାଲେଶ୍ବର ଜିଲ୍ଲାରେ ଅନ୍ଧତ୍ବ ଦୂରୀକରଣ ପାଇଁ ସ୍ବାସ୍ଥ୍ୟ ବିଭାଗ ଆଜି ଦୁଇ ଏନ୍‌ଜିଓ ସହ ଏମ୍‌ଓୟୁ କରିଛି। ନିଷ୍ଠା/ଝପିଏଗୋ ଓ ଏସଲର ସହିତ ଚୁକ୍ତି ସ୍ବାକ୍ଷରିତ ହୋଇଛି। ଗଞ୍ଜାମରେ ‘ଆଇମିତ୍ର’ ନେଟୱାର୍କ ଜରିଆରେ ଓ ବ‌ାଲେଶ୍ବରରେ ରାଜ୍ୟ ସରକାରଙ୍କ ସହଯୋଗରେ ଏହି ଦୁଇ ଜିଲ୍ଲାରେ ଲୋକମାନେ ଗୁଣାତ୍ମକ ଚକ୍ଷୁ ସୁବିଧା ପାଇପାରିବେ ବୋଲି ଆଶା କରାଯାଉଛି। ଏହି ଯୋଜନା ଜରିଆରେ ଲୋକମାନଙ୍କ ଚକ୍ଷୁ ପରୀକ୍ଷା କରାଯିବା ସହିତ ଆବଶ୍ୟକ ଚଷମା ଓ ଅନ୍ୟ ବୈଷୟିକ ସହାୟତା ରାଜ୍ୟ ସରକାରଙ୍କୁ ମିଳିପାରିବ। ଯଦି ଦୁଇ ଜିଲ୍ଲାରେ ଏହା ସଫଳ ହୁଏ ପରବର୍ତୀ ସମୟରେ ରାଜ୍ୟର ଅନ୍ୟ ଜିଲ୍ଲାରେ ଏହା କାର୍ଯ୍ୟକାରୀ ହୋଇପାରେ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର