ଭୁବନେଶ୍ବର : ରାଜ୍ୟବାସୀଙ୍କୁ ୨୪ ଘଣ୍ଟା ପାଇପ େଯାଗେ ପାଣି େଯାଗାଇ ଦେବା ନିମନ୍ତେ ଆଜି ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଏବଂ ୟୁନିସେଫ୍ ମଧ୍ୟରେ ଏକ ବୁଝାମଣା ପତ୍ର ସ୍ବାକ୍ଷର େହାଇଛି। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଭୁବନେଶ୍ବରର ୫ଟି ଅଞ୍ଚଳ ଓ ପୁରୀର ୨ଟି ଅଞ୍ଚଳରେ ପାଇଲଟ୍ ପ୍ରକଳ୍ପ ଭାବେ ଏହା କାର୍ଯ୍ୟକାରୀ ହେବ। ମାର୍ଚ୍ଚ ୨୦୨୦ ସୁଦ୍ଧା ଏହି କାର୍ଯ୍ୟ େଶଷ କରିବାକୁ ଲକ୍ଷ୍ୟ ରଖାଯାଇଥିବା କୁହାଯାଇଛି।
‘ଡ୍ରିଙ୍କ୍ ଫର୍ ଟ୍ୟାପ୍ ମିସନ’ ନାମକ ଏହି କାର୍ଯ୍ୟକ୍ରମରେ ହିତାଧିକାରୀଙ୍କୁ ୨୪ ଘଣ୍ଟା ପାଣି େଯାଗାଇ ଦିଆଯିବ। ଏହା ସହିତ ଶତପ୍ରତିଶତ ମିଟର ବ୍ୟବସ୍ଥା କରାଯାଇଛି। ଏଥିରେ ସ୍ବୟଂ ସହାୟକ େଗାଷ୍ଠୀର ମହିଳା (ମା’) ମାନେ ନିୟୋଜିତ ହେବେ। ସେମାନଙ୍କୁ ଆବଶ୍ୟକ ତାଲିମ ପ୍ରଦାନ କରାଯିବ।
ଏହି ଅବସରରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, ସବୁ ଘରକୁ ନିରାପଦ ଓ ବିଶୁଦ୍ଧ ପାନୀୟ ଜଳ େଯାଗାଣ ଉପରେ ସରକାର ପ୍ରାଥମିକତା େଦଇଛନ୍ତି। ବିଶୁଦ୍ଧ ପାନୀୟ ଜଳ ହିଁ ଏକ ସୁସ୍ଥ ଓ ସମାଜ ଗଠନରେ ସହାୟକ େହାଇଥାଏ। ତେଣୁ ୟୁନିସେଫର ବୈଷୟିକ ସହାୟତାରେ ଆରମ୍ଭ େହଉଥିବା ଏହି ପ୍ରକଳ୍ପ ଲକ୍ଷ୍ୟ ପୂରଣରେ ବିଶେଷ ସହାୟକ େହବ େବାଲି ନବୀନ କହିଥିଲେ। ଏହି ପ୍ରକଳ୍ପରେ ପୁରୀ, ଭୁବନେଶ୍ବରର ୨୨ ହଜାର ପରିବାରର ଏକ ଲକ୍ଷ ୨୦ ହଜାର େଲାକଙ୍କୁ ବିଶୁଦ୍ଧ ପାଣି େଯାଗାଇ ଦିଆଯିବ। ପରବର୍ତୀ ସମୟରେ ରାଜ୍ୟର ସବୁ ଅଞ୍ଚଳକୁ ଏହି କାର୍ଯ୍ୟକ୍ରମ ସଂପ୍ରସାରଣ କରାଯିବ।
ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ପ୍ରତାପ ଜେନା, ମୁଖ୍ୟଶାସନ ସଚିବ, ଉନ୍ନୟନ କମିସନର ଓ ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ। ନଗର ଉନ୍ନୟନ ବିଭାଗ ପକ୍ଷରୁ ପ୍ରମୁଖ ଶାସନ ସଚିବ ଓ ୟୁନିସେଫ୍ ପ୍ରତିନିଧି ବୁଝାମଣା ପତ୍ରରେ ସ୍ବାକ୍ଷର କରିଥିଲେ।