ଭୁବନେଶ୍ବର: ରାଜ୍ୟରେ ଯକୃତ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଥିବା ବେଳେ ଏହାର ଚିକିତ୍ସା ମଧ୍ୟ ବ୍ୟୟ ବହୁଳ, ଯାହାକି ସାଧାରଣ ରୋଗୀଟିଏ ପକ୍ଷେ ବହନ କରିବା ଖୁବ କଷ୍ଟକର । ଏହି ସବୁ ସମସ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଲୋକମାନଙ୍କୁ ଉନ୍ନତ ମାନର ଯକୃତ ରୋଗ ଚିକିତ୍ସା ଯୋଗାଇ ଦେବା ପାଇଁ ଆଜି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ହାଇଦ୍ରାବାଦର ଏସିଆନ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଗ୍ୟାଷ୍ଟ୍ରୋଏଟ୍ରୋଂଲୋଜି ହସ୍ପିଟାଲ ସହିତ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ନବ କିଶୋର ଦାସ ଓ ବିଭାଗିୟ ପ୍ରମୁଖ ଶାସନ ସଚିବ ନିକୁଂଜ ଧଳଙ୍କ ଉପସ୍ଥିତିରେ ରାଜ୍ୟ ସରକାରଙ୍କ ପକ୍ଷରୁ ଡ଼ିଏମଇଟି ଡ଼ା. ରମାରମଣ ମହାନ୍ତି ଓ ଏସିଆନ ଇନ୍ଷ୍ଟିଚ୍ୟୁଟ୍ ଅଫ ଗ୍ୟାଷ୍ଟ୍ରୋଏଟ୍ରୋଂଲୋଜି ହସ୍ପିଟାଲ ପକ୍ଷରୁ ଭାଇସ୍ ପ୍ରେସିଡେଂଟ୍ ସନ୍ତୋଷ କୁମାର ସାହୁ ବୁଝାମଣା ପତ୍ରରେ ସ୍ୱାକ୍ଷର କରିଥିଲେ ।
ପୁର୍ବରୁ ଏସ୍ବି ମେଡିକାଲ କଲେଜ ଠାରେ ବିନାଖର୍ଚ୍ଚରେ ଯକୃତ ରୋଗୀମାନଙ୍କୁ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ଏକ ଯକୃତ ପ୍ରତିରୋପଣ ୟୁନିଟ ରହିଛି । ଏଥି ପାଇଁ ମଡୁଲାର ଓଟି ଓ ଆଇସିୟୁ ର ବ୍ୟବସ୍ଥା ଥିବା ବେଳେ ଏଥିପାଇଁ ଆବଶ୍ୟକ ଯନ୍ତ୍ରପାତି କ୍ରୟ କରାଯିବା ସହିତ ଡ଼ାକ୍ତର, ନର୍ସ ଓ ପାରାମେଡିକସ୍ ନିଯୁକ୍ତି କରାଯାଇଛି । ଏବେ ଏସିଆନ ଇନ୍ଷ୍ଟିଚ୍ୟୁଟ୍ ଅଫ ଗ୍ୟାଷ୍ଟ୍ରୋଏଟ୍ରୋଂଲୋଜି ହସ୍ପିଟାଲ ପକ୍ଷରୁ ଏହି ଡାକ୍ତର, ନର୍ସ ଓ ପାରାମେଡିକସ୍ ମାନଙ୍କୁ ତାଲିମ୍ ଦେବା ସହିତ ଆବଶ୍ୟକ ସ୍ଥଳେ ଅସ୍ତ୍ରୋପଚାର ମଧ୍ୟ କରାଯିବ ।
ଏଠାରେ ସୁଚନାଯୋଗ୍ୟ ଯେ ପୁର୍ବରୁ ଶିଶୁ ରୋଗୀମାନଙ୍କ କ୍ଷେତ୍ରରେ ଯକୃତ ପ୍ରତିରୋପଣ କରିବା ପାଇଁ ସରକାର ବାଙ୍ଗାଲୋରର ଆସ୍ଟର ସଏି ମ୍ଆଇ ସହ ବଝାମଣାପତ୍ର ସ୍ୱାକ୍ଷର କରିଛନ୍ତି।