ଭୁବନେଶ୍ବରରେ କ୍ୟାନସର ହସପିଟାଲ ପ୍ରତିଷ୍ଠା ପାଇଁ ବୁଝାମଣାପତ୍ର ସ୍ବାକ୍ଷରିତ

ଭୁବନେଶ୍ବର : ଭୁବନେଶ୍ବରରେ କ୍ୟାନସର ହସପିଟାଲ ପ୍ରତିଷ୍ଠା ପାଇଁ  ଓଡ଼ିଶା ସରକାର, ଶ୍ରୀଶଙ୍କର କ୍ୟାନସର ଇନଷ୍ଟିଚ୍ୟୁଟ, କରୁଣାଶ୍ରୟ ପାଲିଆଟିଭ କେୟାର ଓ ସୁସ୍ମିତା ବାଗଚୀଙ୍କ ମଧ୍ୟରେ ଏକ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି । ବୁଧବାର ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଏହି ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଯାଇଛି ।

ଏହି ଅବସରରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ବରେ ଦେଶର ଏକ ବୃହତ ଅଙ୍କଲୋଜୀ ( ଟ୍ୟୁମର ଚିକିତ୍ସା) କେନ୍ଦ୍ର ପ୍ରତିଷ୍ଠା ପାଇଁ ୩୪୦ କୋଟି ଟଙ୍କା ଦାନ କରିଥିବାରୁ ସୁବ୍ରତ ବାଗଚୀ ଓ ସୁସ୍ମିତା ବାଗଚୀଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି । ଦକ୍ଷତା ବିକାଶ ଓ ମୋ ସ୍କୁଲ ମାଧ୍ୟମରେ ବାଗଚୀ ଦମ୍ପତି ଓଡ଼ିଶାର ବିକାଶ ପାଇଁ ଯୋଗଦାନ ଦେଇ ଚାଲିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଶଙ୍କର କ୍ୟାନସର ଇନଷ୍ଟିଚ୍ୟୁଟ ସହାୟତାରେ ଭୁବନେଶ୍ବରରେ ପ୍ରତିଷ୍ଠା ହେବାକୁ ଥିବା ଏହି ୧୦୦ ଶଯ୍ୟା ବିଶିଷ୍ଟ ହସପିଟାଲ ପାଇଁ ରାଜ୍ୟ ସରକାର ସବୁପ୍ରକାରର ସହାୟତା ପ୍ରଦାନ କରିବେ, ଯେପରି ଏହା ୨୦୨୪ ଜାନୁଆରି ସୁଦ୍ଧା ଉଦଘାଟନ ହୋଇପାରିବ । ଏହି କ୍ୟାନସର ହସପିଟାଲ ଦ୍ବାରା ହଜାର ହଜାର ରୋଗୀ ଉପକୃତ ହୋଇପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ସମ୍ବନ୍ଧିତ ଖବର