ସ୍ଥାୟୀ ନିଯୁକ୍ତି ନେଇ ଠିକା କର୍ମଚାରୀଙ୍କ ରାଲି ଓ ଦାବିପତ୍ର ପ୍ରଦାନ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ କାର୍ଯ୍ୟରତ ଓଡିଶା ସରକାରଙ୍କର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ,ଜାତୀୟ ସ୍ବାସ୍ଥ୍ୟ ମିଶନ ଓ ଏଡସ୍ ନିୟନ୍ତ୍ରଣ ସୋସାଇଟି ଅଧିନରେ ଠିକା କର୍ମଚାରୀମାନେ ଦୀର୍ଘ ୧୫ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି କାର୍ଯ୍ୟ କରି ଆସୁଥିଲେ ମଧ୍ୟ ସରକାର ତାଂକ ନ୍ୟାର୍ଯ୍ୟଦାବିକୁ ଆଜି ପର୍ଯ୍ୟନ୍ତ ପୂରଣ କରୁନଥିବାରୁ ଆଜି ଶତାଧିକ ଠିକା କର୍ମଚାରୀ ଏକ ବିରାଟ ରାଲି କରିବା ସହ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ।ଯଦ୍ବାରା ପରିବାର ଚଳାଇବା କଷ୍ଟକର ହେଉଥିବା ନେଇ ଦାବିପତ୍ରରେ ଦର୍ଶାଯାଇଛି।

ଅକ୍ଟୋବର ୧୬ ତାରିଖ ଦିନ ଓଡିଶା ସରକାରଙ୍କର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଜାତୀୟ ସ୍ବାସ୍ଥ୍ୟ ମିଶନ ଓ ଏଡସ୍ ନିୟନ୍ତ୍ରଣ ସୋସାଇଟି ଅଧିନରେ ଠିକା କର୍ମଚାରୀଙ୍କୁ ବାଦ ଦେଇ ଅନ୍ୟ ବିଭାଗର ୫୭ ହଜାର ଠିକା କର୍ମଚାରୀଙ୍କୁ ନିୟମିତ କରାଯାଇଥିବାରୁ ଆମେ ମର୍ମାହତ ବୋଲି ଏହି ଠିକା କର୍ମଚାରୀମାନେ ପ୍ରକାଶ କରିଛନ୍ତି। ମାଲକାନଗିରି ଜିଲ୍ଲାର ବିଭିନ୍ନ କ୍ଷେତ୍ରରେ ୧୬୮ ଜଣ କାର୍ଯ୍ୟ କରୁଛନ୍ତି। ମାଲକାନଗିରି ଭଳୁ ଦୁର୍ଗମ ,ନକ୍ସଲ ପ୍ରବଣ ଅଂଚଳରେ କାମ କରିବା କେତେ କଷ୍ଟ ଦାୟକ ତାହା ନିଜେ ଅଙ୍ଗେ ନନିଭାଇଲେ ଜାଣିହେବ ନାହିଁ ବୋଲି ଅଭିଯୋଗ କରାଯାଇଛି।

ଏହି ତିନି ବିଭାଗରେ ରାଜ୍ୟର ପ୍ରାୟ ୧୦ ହଜାରରୁ ଊର୍ଦ୍ଧ୍ବ ଠିକା କର୍ମଚାରୀ ନିୟମିତ ହୋଇପାରି ନାହାନ୍ତି।ତେଣୁ ସରକାର ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ସମସ୍ତଙ୍କୁ ନିୟମିତ କରିବା ନେଇ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଥିଲେ।ଆସନ୍ତା ୨୧ ତାରିଖରେ ଭୁବନେଶ୍ବର ଠାରେ ବିଭିନ୍ନ ଦାବି ନେଇ ଠିକା କର୍ମଚାରୀ ସଂଘ ପକ୍ଷରୁ ବିରାଟ ରାଲି ଓ ଧାରଣା ଦିଆଯିବ ବୋଲି କୁହାଯାଇଛି। ଜିଲ୍ଲାପାଳଙ୍କୁ ଦାବି ପ୍ରଦାନ ସମୟରେ ସଭାପତି କେ.ମଣ୍ଟୁ, ଉପସଭାପତି ସଚିନ ଦେବ ଗୌଡ, ସଂପାଦକ ଡ.ଅରୁଣ ପ୍ରସାଦ ପଣ୍ଡା,ଯୁଗ୍ମ ସଂପାଦକ ଡ.ଦୁର୍ଗା ପ୍ରସାଦ ରାଜ, ସଂତୋଷୀ ସାହା, ସୁନିତା ସାହୁ, ରୁତୁପୂର୍ଣ୍ଣା ନାୟକ, ଇନ୍ଦ୍ରଜିତ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର