ସମ୍ବଲପୁର : ବରିଷ୍ଠ ସାମ୍ବାଦିକ ତଥା ‘ସମ୍ବାଦ’ ସମ୍ବଲପୁର ସଂସ୍କରଣରେ ଉପମହାପ୍ରବନ୍ଧକ ଦେବେନ୍ଦ୍ର ସାମନ୍ତରାୟଙ୍କ ଆକସ୍ମିକ ବିୟୋଗରେ ବିଭିନ୍ନ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି। ରେଢ଼ାଖୋଲ ବିଧାୟକ ତଥା ସରକାରୀ ଦଳର ଉପମୁଖ୍ୟ ସଚେତକ ଇଂ.ରୋହିତ ପୂଜାରୀ କହିଛନ୍ତି ଯେ, ଦେବେନ୍ଦ୍ରଙ୍କ ବାବୁଙ୍କ ସହିତ ତାଙ୍କର ବହୁତ ଭଲ ସଂପର୍କ ରହିଥିଲା। ତାଙ୍କ ବିୟୋଗରେ ଓଡ଼ିଶାର ସମ୍ବାଦପତ୍ର ଜଗତ ପାଇଁ ଏକ ଅପୂରଣୀୟ କ୍ଷତି। ଏକ ସୁସ୍ଥ, ନିରାପଦ, ନିର୍ଭିକ ଓଡ଼ିଶା ଗଠନ ପାଇଁ ସାମ୍ବାଦିକ ଭାବେ ତାଙ୍କ ପ୍ରଚେଷ୍ଟା ଏବଂ ‘ସମ୍ବାଦ’ ଖବରକାଗଜ ପାଇଁ ତାଙ୍କ ଅବଦାନ ଚିର ସ୍ମରଣୀୟ ହୋଇ ରହିବ ବୋଲି ଇଂ.ପୂଜାରୀ କହିଛନ୍ତି। ତାଙ୍କ ଆତ୍ମାର ସଦ୍ଗତି କାମନା ସହିତ ତାଙ୍କ ଶୋକସନ୍ତପ୍ତ ପରିବାରବର୍ଗ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି।
ସେହିପରି ‘ସମ୍ବାଦ’ ସମ୍ବଲପୁର ସଂସ୍କରଣ ଡିଜିଏମ ବରିଷ୍ଠ ସାମ୍ବାଦିକ ଦେବେନ୍ଦ୍ର ସାମନ୍ତରାୟଙ୍କ ପରଲୋକରେ ବିଜୁ ଯୁବ ଜନତା ଦଳ ପୂର୍ବତନ ରାଜ୍ୟ କାର୍ଯ୍ୟକାରୀ ସଭାପତି ସଞ୍ଜିତ୍ ମହାନ୍ତି ଗଭୀର ଶୋକ ପ୍ରକାଶ କରିବା ସହ ଆତ୍ମାର ସଦ୍ଗତି କାମନା କରିଛନ୍ତି l ତାଳଚେର-ଅନୁଗୁଳ-ମେରାମଣ୍ଡଳି ଉନ୍ନୟନ କତ୍ତୃର୍ପକ୍ଷ(ତାମଡ଼ା)ର ପୂର୍ବତନ ଅଧ୍ୟକ୍ଷ ତଥା ‘ଜୀବନ ବିନ୍ଦୁ’ କାର୍ଯ୍ୟକ୍ରମର ଅନୁଗୁଳ ଜିଲ୍ଲା ସଂଯୋଜକ ଶକ୍ତି ପଟ୍ଟନାୟକ, ‘ପ୍ରତିଷ୍ଠା’ର ସଭାପତି ତଥା ବରିଷ୍ଠ ଆଇନଜୀବୀ ପ୍ରସନ୍ନ ସାହୁ, ବରିଷ୍ଠ ସାମ୍ବାଦିକ ଶିବ ନନ୍ଦ, ସମ୍ବଲପୁର ପ୍ରେସ୍ କ୍ଲବର ପୂର୍ବତନ ସାଧାରଣ ସଂପାଦକ ରାଜାରାମ ପାଢ଼ୀ, ‘ସ୍ବାଭିମାନ ସମ୍ବଲପୁର’ର ସଂପାଦକ ଶିଶିର ବହିଦାର, ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ସେବା’ର ସଭାପତି ଅମର ତାଣ୍ଡିଆ, ‘ଓଡ଼ିଶା ନ୍ୟୁଜ’ର ସଂପାଦକ ସମୀର ସିଂହ, ଓଡିଶା ସାମ୍ବାଦିକ ସଂଘ (ଓଜେୟୁ),ସମ୍ବଲପୁର ଜ଼ିଲ୍ଲା ଶାଖା ସଭାପତି ହିମାଂଶୁ ଶେଖର ମିଶ୍ର ଓ ସାଧାରଣ ସମ୍ପାଦକ ସରୋଜ ସାହୁ ପ୍ରମୁଖ ଶୋକ ପ୍ରକାଶ କରିବା ସହ ତାଙ୍କ ଆତ୍ମାର ସଦ୍ଗତି କାମନା ନିମନ୍ତେ ପ୍ରାର୍ଥନା କରିଛନ୍ତି। ଏଥି ସହିତ ତାଙ୍କ ଶୋକସନ୍ତପ୍ତ ପରିବାରବର୍ଗ ପ୍ରତି ସମବେଦନା ଜଣାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/debendra-sir.jpg)