ଭଦ୍ରକ : ଭଦ୍ରକ ପୁରୁଣାବଜାର ଅଞ୍ଚଳର ଜଣେ ସଂଖ୍ୟାଲଘୁ ଯୁବତୀଙ୍କୁ ଅପହରଣ କରିନିଆଯିବାର ମାସେ ବିତିଗଲାଣି। ଅପହର୍ତ୍ତା ଓ ଅପହରଣରେ ସଂପୃକ୍ତ ବ୍ୟକ୍ତିଙ୍କ ବିଷୟରେ ପୁଲିସ ଜାଣିଥିଲେ ବି ଏଯାଏ କାହାକୁ ଗିରଫ କରିନାହିଁ। ଭଦ୍ରକ ଜିଲ୍ଲାର ପୁରୁଣାବଜାର ଥାନା ଏକ ସମ୍ବେଦନଶୀଳ ଥାନା ହୋଇଥିବା ବେଳେ ଏଠାରେ କିଛି ପୁଲିସ ବାବୁ ନିଜ ମର୍ଜିରେ କାମ କରୁଛନ୍ତି। ତଦନ୍ତ ଆଳରେ ଥାନା ଅଧିକାରୀ ଦିନ ଗଡାଇ ଚାଲିଛନ୍ତି। ଅପହୃତାଙ୍କୁ ଉଦ୍ଧାର ପାଇଁ ମାସେ ସମୟ ନେଲେଣି, ଆଉ କେତେ ସମୟ ନେବେ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସେପଟେ ଅପହୃତା ଯୁବତୀଙ୍କ ମାଆ ଓ ତାଙ୍କ ସାନଭଉଣୀଙ୍କ ଆକୁଳ ନିବେଦନ ବୃଥା ଯାଇଛି।
ପୁଲିସର ଏଭଳି ମନୋଭାବକୁ ନେଇ ଲୋକେ ମଧ୍ୟ ପ୍ରତିକ୍ରିୟାଶୀଳ ହୋଇଛନ୍ତି। ଅପହୃତା ଯୁବତୀଙ୍କୁ ତୁରନ୍ତ ଉଦ୍ଧାର ସହିତ ଅପହର୍ତ୍ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି। ଅନ୍ୟଥା ପୁଲିସ ବିରୋଧରେ ରାଜ୍ୟବ୍ୟାପୀ ଆନ୍ଦୋଳନ କରାଯିବ ବୋଲି ରାଜ୍ୟ ସଂଗ୍ରାମୀ ଦଳିତ ନେତା ଅରୁଣ ଜେନା, ନୀଳଗିରିର ପୂର୍ବତନ ବିଧାୟକ ତଥା ନୀଳଗିରି ଓକିଲ ସଂଘର ସଭାପତି ଚିତ୍ତରଞ୍ଜନ ଷଡଙ୍ଗୀ, ବାରିପଦାର ପୂର୍ବତନ ବିଧାୟକ ତଥା ରାଜ୍ୟ ଦଳିତ ସଂଖ୍ୟାଲଘୁ ସମନ୍ବୟ ସମିତିର ଆବାହକ କିଶୋର ଦାସ, ବାଲେଶ୍ବରର ସାମାଜିକ କର୍ମୀ ଆକବର ସାହା, ରାଜ୍ୟ ଦଳିତ ନେତା ବୈଲୋଚନ ପାତ୍ର, ପ୍ରମୋଦ ପଟ୍ଟନାୟକ, ସୂଚନା ଅଧିକାରର ରାଜ୍ୟ ଆବାହକ ପ୍ରଦୀପ ପ୍ରଧାନ, ଅର୍ଜୁନ କୁମାର ମହାପାତ୍ର, ଭଦ୍ରକର ସଂଗ୍ରାମୀ ଦଳିତ ନେତା ଅକ୍ଷୟ କୁମାର ମଲ୍ଲିକ ପ୍ରମୁଖ ଚେତାବନୀ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/ps-bhadrak.jpg)