ଶ୍ରମିକ ଛଟେଇ ପ୍ରତିବାଦରେ ଆନ୍ଦୋଳନ

ବଡ଼ବିଲ: ବଡ଼ବିଲସ୍ଥିତ ଓଡ଼ିଶା ଖଣି ନିଗମ (ଓଏମ୍‌ସି) ପକ୍ଷରୁ ରୋଇଡ଼ା-ସି ଲୌହଖଣିରେ ଠିକା କର୍ମଚାରୀଙ୍କୁ ଛଟେଇ କରାଯାଇଛି। ଏହାର ପ୍ରତିବାଦରେ ଆଜି କେନ୍ଦୁଝର ମାଇନିଂ ୱାର୍କର୍ସ ୟୁନିଅନର ସା‌ଧାରଣ ସମ୍ପାଦକ ଇନ୍ଦ୍ରମଣି ବେହେରାଙ୍କ ନେତୃତ୍ବରେ ଓଏମ୍‌ସି କାର୍ଯ୍ୟାଳୟର ମୁଖ୍ୟ ଫାଟକ ସମ୍ମୁଖରେ ଛଟେଇ ହୋଇଥିବା ୯୨ଜଣ କର୍ମଚାରୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

ଓଏମ୍‌ସି ଅଧୀନରେ କେନ୍ଦୁଝର ଜିଲ୍ଲାରେ ସର୍ବାଧିକ ଖଣି ରହିଛି। ସ୍ଥାନୀୟ ଲୋକଙ୍କୁ ଖଣିରେ ନିଯୁକ୍ତି ଦେବା ପରିବର୍ତ୍ତେ ସେମାନଙ୍କ ରୋଜଗାର ଛଡ଼େଇ ନେବା ଅତି ଦୁଃଖର କଥା ବୋଲି ଶ୍ରୀ ବେହେରା କହିଥିଲେ।

ସମ୍ବନ୍ଧିତ ଖବର