ଝାରସୁଗୁଡ଼ା : ଦଲାଲ୍ ଲଗାଇ ବେଦାନ୍ତ କମ୍ପାନି ଏହାର ପ୍ଲାଣ୍ଟ ଆଖପାଖରେ ଥିବା ଜମି ହଡ଼ପ କରିବାକୁ ଚେଷ୍ଟା କରୁଥିବା ନେଇ ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ଗୁରୁବାର ବଞ୍ଜାରୀ ଗ୍ରାମ ସାହୁପଡ଼ାର ଲୋକେ ବେଦାନ୍ତ ଫାଟକ-୨ ସମ୍ମୁଖରେ ଆନ୍ଦୋଳନ କରିଛନ୍ତି।
ବେଦାନ୍ତ ଯଦି ଜମି ଅଧିଗ୍ରହଣ କରିବାର ଅଛି ତେବେ ସିଧାସଳଖ ଲୋକଙ୍କଠାରୁ ନନେଇ କାହିଁକି ଦଲାଲ ଲଗାଇଛି ବୋଲି ଲୋକେ ପ୍ରଶ୍ନ କରିଥିଲେ। ଏହି ଘଟଣାକୁ ନେଇ ବେଦାନ୍ତ ଫାଟକ ସମ୍ମୁଖରେ ଚାପା ଉତ୍ତେଜନା ସୃଷ୍ଟି ହେବା ସହ ପ୍ଲାଣ୍ଟ ମଧ୍ୟକୁ ଗାଡ଼ିମଟର ପ୍ରବେଶ ବନ୍ଦ ହୋଇଯାଇଥିଲା। ବେଦାନ୍ତର ଅଧିକାରୀମାନେ ସେଠାରେ ପହଞ୍ଚି ଆଲୋଚନା କରିବା ପରେ ବି କୌଣସି ସୁଫଳ ମିଳିନଥିଲା। ଶେଷରେ ବଡ଼ମାଳ ଥାନାଧିକାରୀ ରାଜେନ୍ଦ୍ର ସିଆଳ ଘଟଣାସ୍ଥଳକୁ ଯାଇ ଲୋକଙ୍କୁ ବୁଝାସୁଝା କରିବା ପରେ ସ୍ଥିତି ଶାନ୍ତ ପଡ଼ିଥିଲା।