ବଲାଙ୍ଗୀର: ପଶ୍ଚିମ ଓଡ଼ିଶା ଜେସିବି ଚାଳକ ସଂଘ ପକ୍ଷରୁ ୧୨ ଦଫା ଦାବିରେ ଶୋଭାଯାତ୍ରା କରାଯାଇ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।
ଜେସିବି ଚାଳକଙ୍କ ଲାଇସେନ୍ସ ବାଧ୍ୟତାମୂଳକ କରିବା, କାମ ସମୟ ଆଠଘଣ୍ଟା କରିବା, ଦରମା, ଗୋଟିଏ ମାସରେ ତିନି ଦିନର ଛୁଟି, ମାଲିମାନେ ସର୍ବନିମ୍ନ ୧ ବର୍ଷ ପାଇଁ ନିଯୁକ୍ତି ଦେବା ଇତ୍ୟାଦି ବିଭିନ୍ନ ଦାବି ନେଇ ସଂଘ ନାରା ଦେଇ ଶୋଭାଯାତ୍ରାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସିଥିଲା। ତାପରେ ସଂଘର ସଭାପତି, ସଂପାଦକ ଓ କର୍ମକର୍ତ୍ତାମାନେ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇଥିଲେ।