ମହିଳା କମିସନଙ୍କ ନିକଟରେ ହାଜର ହେଲେ ଅନୁଭବ ମହାନ୍ତି, କହିଲେ- କମିସନଙ୍କ ନିକଟରେ ମୁଁ ମୋର ପକ୍ଷ ରଖିଛି

ଭୁବନେଶ୍ୱର: କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ଆଜି ରାଜ୍ୟ ମହିଳା କମିସନରେ ହାଜର ହୋଇଛନ୍ତି। କମିସନଙ୍କ ନିକଟରେ ପ୍ରାୟ ୩ ଘଣ୍ଟା ଆଲୋଚନା କରିବା ପରେ ବାହାରକୁ ଆସି ନିଜର ପ୍ରତିକ୍ରିୟା ଦେଇଛନ୍ତି। ସାଂସଦ ଅନୁଭବ ମହାନ୍ତି କହିଛନ୍ତି ଯେ, ମହିଳା କମିସନଙ୍କୁ ମୁଁ ସମ୍ମାନ ଜଣାଇ ଆଜି ଉପସ୍ଥିତ ହୋଇଛି। କମିସନଙ୍କ ନିକଟରେ ମୁଁ ମୋର ପକ୍ଷ ରଖିଛି। କମିସନ ମୋତେ ଯାହା ପଚାରିଛନ୍ତି, ତା’ର ଉତ୍ତର ଦେଇଛି। କିନ୍ତୁ କମିସନଙ୍କ ସହ ଯାହା ଆଲୋଚନା କରିଛି, ତାକୁ ବାହାରେ କହିବା ଉଚିତ ହେବ ନାହିଁ।

ସୂଚନାଯୋଗ୍ୟ, ଓଲିଉଡ ଅଭିନେତ୍ରୀ ତଥା ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ମାମଲାରେ ମହିଳା କମିସନ ଅନୁଭବ ମହାନ୍ତିଙ୍କୁ ହାଜର ହେବା ପାଇଁ ମହିଳା କମିସନ ନୋଟିସ କରିଥିଲେ। ନୋଟିସରେ ଅନୁଭବଙ୍କ ବାପା-ମା’ଙ୍କୁ ମଧ୍ୟ ହାଜର ହେବା ପାଇଁ କୁହାଯାଇଥିଲା। ପାରିବାରିକ ବିବାଦ ନେଇ ବର୍ଷା ପ୍ରିୟଦର୍ଶିନୀ ମହିଳା କମିସନଙ୍କ ନିକଟରେ ଅଭିଯୋଗ ଆଣିଥିଲେ।

ଅନ୍ୟପକ୍ଷରେ ମହିଳା କମିସନ ଅଧ୍ୟକ୍ଷା ମିନତି ବେହେରା କହିଛନ୍ତି ଯେ ଉଭୟ ଅନୁଭବ ଓ ବର୍ଷାଙ୍କ ସହ ସେ ଆଲୋଚନା କରିଛନ୍ତି। ଆଲୋଚନା ସକାରାତ୍ମକ ଥିଲା ଏବଂ ଏହା ନୂଆ ଆଲୋକ ଦେଖାଇବ। ଆଜିର ଆଲୋଚନା ଗୋଟେ ଭଲ ରାସ୍ତା ଦେଖାଇବ ଆଶା କରୁଛି।

ସମ୍ବନ୍ଧିତ ଖବର