କଟକ: ଓଲିଉଡ ଅଭିନେତା ତଥା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ଆତ୍ମହତ୍ୟା ସଂକ୍ରାନ୍ତ ଏକ ଟୁଇଟ୍ ଏବେ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି। ଏହି ଟୁଇଟକୁ ନେଇ ସୋସିଆଲ୍ ମିଡିଆରେ ବିଭିନ୍ନ ବ୍ୟକ୍ତିବିଶେଷଙ୍କ ପ୍ରତିକ୍ରିୟା ବଢିବାରେ ଲାଗିଛି। ଗଲା ୧୮ ତାରିଖ ଅପରାହ୍ନ ୫ଟା ୪୫ ମିନିଟରେ ଅନୁଭବ ଇଂରାଜୀରେ ଏକ ଟୁଇଟ୍ କରିଛନ୍ତି।
ଏଥିରେ ସେ ଲେଖିଛନ୍ତି ଯେ ‘ଜଣେ ଆତ୍ମହତ୍ୟା କରିବା ପାଇଁ ପ୍ରଚୁର ସାହସ ଆବଶ୍ୟକ କରିଥାଏ। କିନ୍ତୁ ଏହା ନିଶ୍ଚିତ ଯେ ଆତ୍ମହତ୍ୟା କରିବା ପରେ ଆମର ସମସ୍ତ ସାହସ ବୃଥା ଯାଏ। କେବଳ ପିତାମାତା ଓ ପରିବାର ଏଥିରେ କଷ୍ଟ ଭୋଗିଥାନ୍ତି। ଆମେ ମୃତ୍ୟୁ ସାମନାରେ ଆତ୍ମସମର୍ପଣ ନକରିବାକୁ ଶପଥ ନେବା। ସମସ୍ତ ପ୍ରତିକୂଳ ପରିସ୍ଥିତି ବିରୋଧରେ ଲଢ଼ିବା ଓ ଜୀବନ ଯୁଦ୍ଧରେ ଜିତିବା। ଯଦି ମୁଁ ଭୁଲ ତେବେ ମତେ ସଂଶୋଧନ କରନ୍ତୁ!...
ଏଭଳି ଟୁଇଟ୍ ଅନୁଭବ କେଉଁ ଉଦ୍ଦେଶ୍ୟରେ ଓ କାହାକୁ ଇଙ୍ଗିତ କରି ଲେଖିଛନ୍ତି, ତାହାକୁ ନେଇ ଚର୍ଚ୍ଚା ହେଉଛି।