ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଆଳରେ ମନ୍ଦିର ଚତୁଃପାର୍ଶ୍ବରେ ଯେଉଁଭଳି ଖନନ ଓ ନିର୍ମାଣ ପ୍ରତିବାଦରେ ଶ୍ରୀମନ୍ଦିର ବଞ୍ଚାଅ ଆନ୍ଦୋଳନ ଆନ୍ଦୋଳନ ସ୍ଥଗିତ ହେବା ପରେ ବି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଆଜି ପୁରୀ ଆସୁଥିବା ଜଣାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ସେ ରାଜଧାନୀରୁ ବାହାରିସାରିଲେଣି। ପୁରୀରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ସକାଳ ୯ଟା ବେଳେ ପହଞ୍ଚିବେ। ତାଙ୍କ ସହ ସାଂସଦଙ୍କର ଅନେକ ସମର୍ଥକ ବି ପୁରୀ ଆସୁଥିବାର ସୂଚନା ରହିଛି। ଭୁବନେଶ୍ବର ସାଂସଦ ପୁରୀରେ ପହଞ୍ଚି ପ୍ରଥମେ ମହାପ୍ରଭୁଙ୍କ ଦର୍ଶନ କରିବେ। ଏନେଇ ପୁରୀ ଜିଲ୍ଲାପାଳଙ୍କୁ ଚିଠି ଲେଖି ସାଂସଦ ଜଣାଇଛନ୍ତି।
ସୂଚନାଯୋଗ୍ୟ, ପୁରୀ ଆସୁଥିବା ନେଇ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଘୋଷଣା କରିଥିଲେ। ଏ ସମ୍ପର୍କରେ ସେ ନିଜ ଫେସବୁ୍କ୍ ଓ ଅନ୍ୟ ସୋସିଆଲ୍ ସାଇଟ୍ରେ ବିଭିନ୍ନ ପୋଷ୍ଟ କରି ସମସ୍ତଙ୍କୁ ଅବଗତ କରିଥିଲେ। ସେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିବେ ବୋଲି ସୋସିଆଲ୍ ମିଡିଆରେ ପୋଷ୍ଟ କରିଥିଲେ। ଏଭଳି ବାଦବିବାଦ ଭିତରେ ଏହା ଉପରେ ପୁଲିସ ପହରା କଡ଼ାକଡ଼ି ହୋଇଯାଇଛି। ସହରସାରା ଛାନ୍ଭିନ୍ ଆରମ୍ଭ ହୋଇଯାଇଛି। ଆଇନଶୃଙ୍ଖଳା ପରିସ୍ଥିତିକୁ ଦେଖି ବୁଧବାର ପୁରୀ ସହରରେ ୧୮ ପ୍ଲାଟୁନ୍ ଫୋର୍ସ ଓ ୫୦ରୁ ଅଧିକ ପୁଲିସ ଅଧିକାରୀଙ୍କୁ ମୁତୟନ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/images-11.jpg)