ଭୁବନେଶ୍ୱର: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଓଡ଼ିଶା ଗସ୍ତ କଥାକୁ କିଭଳି ଭୁଲିଗଲେ ରାଜ୍ୟ ସରକାର? ଗତକାଲି ଅମିତ ଶାହା ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଗୃହ ରାଷ୍ଟ୍ରମନ୍ତ୍ରୀ ଓ ପୁଲିସ ଡିଜି କାହିଁକି ପ୍ରୋଟୋକଲ ଅନୁଯାୟୀ କାହିଁକି ସ୍ୱାଗତ କରିବା ପାଇଁ ଆସି ନଥିଲେ? ରାଜ୍ୟ ସରକାର ସାଧାରଣ ଶିଷ୍ଟାଚାର ବି କିଭଳି ଭୁଲିଗଲେ ବୋଲି ପ୍ରଶ୍ନ କରିଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ। ଏନେଇ କ୍ଷୋଭ ପ୍ରକାଶ କରି ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଯେତେବେଳେ ଭୁବନେଶ୍ୱର ଆସିଲେ, ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱାଗତ କରିବା ପାଇଁ କେହି ଆସିଲେନି। ମୁଖ୍ୟମନ୍ତ୍ରୀ ନଆସିଲେ ନାହିଁ, ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ଆସିବା କଥା, ସେ ଆସିଲେନି, ପୁଲିସ ଡିଜି ଆସିଲେନି, ସଚିବ ବି ଆସିଲେନି।

Advertisment

କେନ୍ଦ୍ର ସରକାର ଓଡ଼ିଶାକୁ ଅଣ ଏନଡିଏ ରାଜ୍ୟ ହିସାବରେ କେବେ ପାତର ଅନ୍ତର କରିନାହାନ୍ତି। ସବୁବେଳେ ଓଡ଼ିଶା ସହ ଠିଆ ହୋଇଛନ୍ତି କେନ୍ଦ୍ର ସରକାର। ଯେତେବେଳେ କେନ୍ଦ୍ର ଗୃହ ମନ୍ତ୍ରୀ ଆସିଲେ କେହି ଆସିଲେନି ସ୍ୱାଗତ ପାଇଁ, ଯେତେ ରାତି ହେଉ ପଛେ କେହି ରହୁନାହାନ୍ତି। କେବଳ ସ୍ପେସାଇଲ ସେକ୍ରେଟାରି ହୋମଙ୍କୁ ପଠାଯାଇଥିଲା। ଅପରାଜିତା ଆହୁରି କହିଛନ୍ତି, ଆମେ ଅତିଥିଙ୍କୁ ସ୍ୱାଗତ କରିବା କଥା,ଏହା ଓଡ଼ିଶାର ସଂସ୍କୃତି।