ଭୁବନେଶ୍ବର: ଗଣଶିକ୍ଷା ବିଭାଗ ସରକାରୀ ସ୍କୁଲରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରବେଶ ଉପରେ ରୋକ୍ ଲଗାଇବା ଘଟଣାକୁ ନାପସନ୍ଦ କରିଛନ୍ତି ଭୁବନେଶ୍ବର ଲୋକସଭା ସଦସ୍ୟ ଅପରାଜିତା ଷଡ଼ଙ୍ଗୀ। ଏହାକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ସେ ଦାବି କରିଛନ୍ତି। ସାଂସଦ ନିଜର ପ୍ରତିକ୍ରିୟାରେ କହିଛନ୍ତି, ଏଭଳି ନିଷ୍ପତ୍ତି କଥା ଶୁଣି ମୁଁ ହତବାକ୍। ସ୍କୁଲ ଭିତରକୁ ସାମ୍ବାଦିକମାନଙ୍କ ପ୍ରବେଶ ଉପରେ ରୋକ୍ ଲଗାଇବା ସେମାନଙ୍କ ଅଧିକାରକୁ କ୍ଷୁର୍ଣ୍ଣ କରୁଛି। ଏଭଳି ନିଷ୍ପତ୍ତି ହାସ୍ୟାସ୍ପଦ। ମୁଁ ଗଣଶିକ୍ଷା ବିଭାଗର ସଚିବ ଥିବା ବେଳେ ସ୍କୁଲରେ ଥିବା ଦୋଷ ଦୁର୍ବଳତାକୁ ଲୋକଲୋଚନକୁ ଆଣିବା ଲାଗି ସାମ୍ବାଦିକମାନଙ୍କୁ ଅନୁରୋଧ କରିଥିଲି।
ଏଣେ କଂଗ୍ରେସ ବିଧାୟକ ସୁର ରାଉତରାୟ ବି ସରକାରୀ ସ୍କୁଲରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରବେଶ ଉପରେ ରୋକ୍ ଲଗାଇବା ନିର୍ଦେଶ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି।
ଉଲ୍ଲେଖଯୋଗ୍ୟ, ସରକାରୀ ସ୍କୁଲରେ ପାଠପଢ଼ା ଠିକ୍ ଭାବେ ହେଉନି, ପଞ୍ଚମ ଶ୍ରେଣୀ ପିଲାଙ୍କୁ ଦ୍ବିତୀୟ ଶ୍ରେଣୀ ପାଠ ଆସୁନି, ଶିକ୍ଷକ ଆସୁନାହାନ୍ତି, ମଧ୍ୟାହ୍ନ ଭୋଜନରେ ପୋକରା ଡାଲି ଓ ସଢ଼ା ଅଣ୍ଡା ଦିଆଯାଉଛି। ଏହିଭଳି ଭାବେ ବିଭିନ୍ନ ଗଣମାଧ୍ୟମ ସଂସ୍ଥା ସରକାରୀ ସ୍କୁଲର ଗୁମର ଫିଟାଇବା ପରେ ଗଣଶିକ୍ଷା ବିଭାଗ ସ୍କୁଲରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରବେଶ ଉପରେ ରୋକ୍ ଲଗାଇଛି। କେବଳ ଏତିକି ନୁହେଁ, ଯଦି କେହି ବାରଣ ସତ୍ତ୍ବେ କ୍ୟାମେରା, ବୁମ୍ ଧରି ସ୍କୁଲକୁ ଯିବେ ତେବେ ତାଙ୍କ ବିରୋଧରେ ସ୍ଥାନୀୟ ଥାନାରେ ଏଫ୍ଆଇଆର୍ ଦେବାକୁ କୁହାଯାଇଛି।
ଏନେଇ ଜିଲ୍ଲା ଶିକ୍ଷା ଅଧିକାରୀମାନେ (ଡିଇଓ) ସମସ୍ତ ବ୍ଲକ ଶିକ୍ଷା ଅଧିକାରୀ(ବିଇଓ)ଙ୍କୁ ଚିଠି କରିବା ପରେ ବିଇଓମାନେ ସମସ୍ତ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍କୁଲର ପ୍ରଧାନ ଶିକ୍ଷକମାନଙ୍କୁ ଚିଠି ଲେଖି ପଦକ୍ଷେପ ନେବାକୁ କହିଛନ୍ତି। ଡିଇଓମାନେ ବିଇଓଙ୍କୁ ଚିଠି କରି କହିଛନ୍ତି, ‘ଦେଖିବାକୁ ମିଳୁଛି; କିଛି ଲୋକ କ୍ୟାମେରା ନେଇ ସ୍କୁଲରେ ପ୍ରବେଶ କରିବା ସହ ଛାତ୍ରଛାତ୍ରୀ/ଶିକ୍ଷକମାନଙ୍କୁ ଅପମାନ କରିବା ଭଳି ପ୍ରଶ୍ନ କରୁଛନ୍ତି। କିଛି ଟିଭି ଚ୍ୟାନେଲ ଏହି ଭିଡିଓକୁ ପ୍ରସାରଣ କରୁଛନ୍ତି। ସ୍କୁଲ ପରିସରରେ ଏହିଭଳି କାର୍ଯ୍ୟ ଅନୁମୋଦିତ ନୁହେଁ। ଏହା ମଧ୍ୟ ଅନୈତିକ। ତେଣୁ ସ୍କୁଲ ପ୍ରଧାନ ଶିକ୍ଷକମାନେ ସ୍କୁଲ କି ଶ୍ରେଣୀଗୃହକୁ ଏହିଭଳି ଅନଧିକୃତ ପ୍ରବେଶକୁ ଅନୁମତି ଦେବେନି। ଯଦି କେହି ସ୍କୁଲ ଭିତରକୁ ମନ୍ଦ ଉଦ୍ଦେଶ୍ୟ ନେଇ ପ୍ରବେଶ କରୁଛନ୍ତି ଏବଂ ଏହିଭଳି କାର୍ଯ୍ୟ କରୁଛନ୍ତି ତେବେ ସ୍କୁଲର ପ୍ରଧାନଶିକ୍ଷକ ସ୍କୁଲ ପରିଚାଳନା କମିଟି ସଭାପତିଙ୍କୁ ଡାକି ଥାନାରେ ମାନବାଧିକାର ଉଲ୍ଲଂଘନ ନେଇ ଏଫ୍ଆଇଆର୍ ଦେବେ।’ ଏନେଇ ସମସ୍ତ ପ୍ରଧାନ ଶିକ୍ଷକଙ୍କୁ ନିର୍ଦେଶ ଦେବାକୁ ବିଇଓମାନଙ୍କୁ କୁହାଯାଇଛି।
ସ୍କୁଲରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରବେଶ ଉପରେ ରୋକ୍: ତୁରନ୍ତ ନିର୍ଦେଶ ପ୍ରତ୍ୟାହାର କରିବାକୁ ଦାବି କଲେ ଅପରାଜିତା ଷଡ଼ଙ୍ଗୀ
/sambad/media/post_attachments/wp-content/uploads/2022/07/ea261fc2-c82e-48bc-a5ea-52d70d253873.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)