ଭୁବନେଶ୍ବର: ଭୁବନେଶ୍ବର ଲୋକସଭା ସଦସ୍ୟ ଅପରାଜିତା ଷଡ଼ଙ୍ଗୀଙ୍କୁ ଗତକାଲି ରାତିରେ ରାଜଧାନୀରେ ବିରୋଧ କରାଯିବା ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ନିଜେ ଅପରାଜିତା। ଏନେଇ ସେ କ୍ଷୋଭ ପ୍ରକାଶ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି।
Yesterday night I was detained for two hours in Bhubaneswar by a few miscreants. My time was wasted.
Can Hon'ble @CMO_Odisha car be stopped for even 5 mts?
Will CM compensate for my lost time?
Wrote to him asking for his answer.
This is the law & order status here.
SHAME! pic.twitter.com/PjwB7W0znW
— Aparajita Sarangi, Member of Parliament (@AprajitaSarangi) December 26, 2023
ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି, ମୋତେ ଭୁବନେଶ୍ୱର ୱାର୍ଡ ନଂ-୪୩ରେ ଲକ୍ଷ୍ମୀସାଗର ପୁରୁଣା ଡାକଘର ଗଳିରେ ଦୁଇ ଘଣ୍ଟା ଧରି କିଛି ଅସାମାଜିକ ଲୋକ ଅଟକ ରଖିଥିଲେ। ମୁଁ ସ୍ଥାନୀୟ ଲୋକଙ୍କ ନିମନ୍ତ୍ର୍ରଣକ୍ରମେ ସେଠାକୁ ଯାଉଥିଲି। ମୁଁ ପୁଲିସକୁ ଅପେକ୍ଷା କରି କାର୍ ଭିତରେ ୨ ଘଣ୍ଟା ବସି ରହିଲି। ମୋର ଦୁଇ ଘଣ୍ଟା ସମୟ ନଷ୍ଟ ହେଲା| ମୁଖ୍ୟମନ୍ତ୍ରୀଙ୍କ କାରକେଡକୁ ୫ ମିନିଟ୍ ଅଟକାଯାଇପାରିବ କି? ସୁରକ୍ଷା ନେଇ ପୁଲିସର ଏଭଳି ପାତରଅନ୍ତର ନୀତି ମୋତେ ଦୁଃଖ ଦେଇଛି। ଏହା ହେଉଛି ଏଠାକାର ଆଇନଶୃଙ୍ଖଳାର ସ୍ଥିତି। ମୋର ନଷ୍ଟ ହୋଇଥିବା ସମୟର କ୍ଷତିପୂରଣ ଦେବେ କି ମୁଖ୍ୟମନ୍ତ୍ରୀ? ଏହା ରାଜ୍ୟ ସରକାରଙ୍କ ବିଦ୍ବେଷ ମନୋଭାବକୁ ଦର୍ଶାଉଛି।
ସୂଚନାଯୋଗ୍ୟ, ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ବିରୋଧ କରାଯାଇଥିଲା। ଭୁବନେଶ୍ବର ମହାନଗର ନିଗମ ଅଧୀନ କଟକରୋଡ ବୁଦ୍ଧେଶ୍ବରୀ କଲୋନି ନିକଟରେ ସନ୍ଧ୍ୟା ପ୍ରାୟ ୮ଟାରେ ଅପରାଜିତାଙ୍କ ଗାଡ଼ିକୁ ଅଟକାଇ ହୋହାଲ୍ଲା କରିଥିଲେ କିଛି ସ୍ଥାନୀୟ ଲୋକେ। ଗାଡ଼ି ଆଗରେ ଶତାଧିକ ଲୋକ ଏକତ୍ର ହୋଇ ସାଂସଦଙ୍କୁ ଅଟକାଇଥିଲେ।