ପିଏସିରୁ ସାଂସଦ ଭର୍ତ୍ତୃହରିଙ୍କ ଇସ୍ତଫା

କଟକ : କେନ୍ଦ୍ର ସରକାରଙ୍କ ପବ୍ଲିକ ଆକାଉଣ୍ଟସ ସବ କମିଟି(ପିଏସି-୧)ରୁ କଟକ ଲୋକସଭା ବିଜେଡି ସାଂସଦ ଭର୍ତ୍ତୃହରି ମହତାବ ଆଜି ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫାପତ୍ର ଲୋକସଭା ବାଚସ୍ପତି ସୁମିତ୍ରା ମହାଜନଙ୍କ ନିକଟକୁ ପଠାଇ ଦେଇଛନ୍ତି। ତେବେ ଇସ୍ତଫା କାରଣ ସଂପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। କିନ୍ତୁ ସେ ଇସ୍ତଫା ଦେଇଥିବା କଥା ‘ସମ୍ବାଦ’କୁ କହିଛନ୍ତି। ଲଗାତାର ପାଞ୍ଚ ଥର (୧୯୯୮, ୧୯୯୯, ୨୦୦୪, ୨୦୦୯, ୨୦୧୪ ମସିହା) କଟକ ଲୋକସଭା ଆସନରୁ ବିଜୟୀ ହୋଇଥିବା ସାଂସଦ ଶ୍ରୀ ମହତାବ ପବ୍ଲିକ୍‌ ଆକାଉଣ୍ଟ ସବ କମିଟିର ଆବାହକ ଭାବେ ୨୦୧୪ ମସିହାରୁ ଦାୟିତ୍ୱ ତୁଲାଉଥିଲେ। ପୂର୍ବରୁ ମଧ୍ୟ ସେ ପବ୍ଲିକ୍‌ ଆକାଉଣ୍ଟ୍‌ସ କମିଟିର ସଦସ୍ୟ ସହିତ ଅନ୍ୟ କମିଟିରେ ରହିଥିଲେ। ଏବେ ଶ୍ରୀ ମହତାବ ଏଥିକ୍ସ କମିଟି, ଜେନେରାଲ ପରପୋଜ କମିଟି, ପିଏସି ସବ୍‌କମିଟି-୨ର ସଦସ୍ୟ ସମେତ ରେଳବାଇ କମିଟିର ଅଧ୍ୟକ୍ଷ ଏବଂ ବିଭିନ୍ନ କମିଟିର ସଦସ୍ୟ ଅଛନ୍ତି ।

ସମ୍ବନ୍ଧିତ ଖବର