ଅନୁଗୁଳ/ପାଇକସାହି: ସମ୍ବଲପୁରର ସାଂସଦ ପ୍ରାର୍ଥୀ ତଥା ବିଜେଡି ସାଙ୍ଗଠାନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଆଜି ଅନୁଗୁଳ ଜିଲ୍ଲର ଦୁଇଟି ସ୍ଥାନରେ ପ୍ରଚାର କରିଛନ୍ତି। ରାଜ୍ୟର ବିକାଶକୁ ତ୍ବରାନ୍ବିତ କରିଥିବାରୁ ବିଜେଡିକୁ ଭୋଟ୍ ଦେବାପାଇଁ ସେ ଆହ୍ବାନ ଜଣାଇଛନ୍ତି। ଶ୍ରୀ ଦାସ ଆଠମଲ୍ଲିକ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଅନ୍ତୁଳିଆଠାରେ ଅନୁଷ୍ଠିତ ଦଳୀୟ କର୍ମୀ ସମାବେଶରେ ଯୋଗଦେଇଥିଲେ। ସେ ତାଙ୍କ ଉଦ୍‌ବୋଧନରେ କହିଥିଲେ, ବିଜେଡି ସରକାର ହିଁ ଗରିବ ଲୋକଙ୍କ କଥା ବୁଝିଥାଏ। କିନ୍ତୁ, କେନ୍ଦ୍ର ସରକାରରେ ଥିବା ନେତାମାନେ ନିଜ ସ୍ୱାର୍ଥକୁ ଦେଖିଥା’ନ୍ତି। ଏପରିକି ଓଡ଼ିଶାର ସ୍ୱାର୍ଥରେ ବାଧକ ହୁଅନ୍ତି। ତେଣୁ ନବୀନ ପଟ୍ଟନାୟକଙ୍କୁ ପୁଣି ମୁଖ୍ୟମନ୍ତ୍ରୀ କରିବାପାଇଁ ସମସ୍ତେ ଏକଜୁଟ୍‌ ହୋଇ ବିଜେଡିକୁ ଜିତାଇବାକୁ ନିବେଦନ କରିଥିଲେ। ପ୍ରସନ୍ନ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମାବେଶରେ ଆଠମଲ୍ଲିକ ବିଜେଡି ବିଧାୟକ ପ୍ରାର୍ଥୀ ନଳିନୀକାନ୍ତ ପ୍ରଧାନ ଯୋଗଦେଇ ବିକାଶ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ପାଇଁ ଉଭୟ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ଜିତାଇବାକୁ ଅନୁରୋଧ କରିଥିଲେ।

Advertisment

ଏହି ସମାବେଶରେ ଜିଲ୍ଲା ପରିଷଦ ସଭାନେତ୍ରୀ ବବିତା ପ୍ରଧାନ, ବିଜେଡି ଜିଲ୍ଲା ସହ ପର୍ଯ୍ୟବେକ୍ଷକ କୁନ ବିହାରୀ ଦାସ, ଆଠମଲ୍ଲିକ ବିଧାନସଭା ପର୍ଯ୍ୟବେକ୍ଷକ ଚିନ୍ମୟ ସାହୁ, ଜିଲ୍ଲା ପରିଷଦ ସଦସ୍ୟ ଅନୁପମା ସାହୁ, ବିଷ୍ଣୁପ୍ରିୟା ପ୍ରଧାନ, କାଜଲ ପଟ୍ଟନାୟକ, ରଶ୍ମିରେଖା ପ୍ରଧାନ, ବବିତା କର୍ଣ୍ଣ, ଆଠମଲ୍ଲିକ ଏନଏସି ଅଧ୍ୟକ୍ଷା ଆଶା କୁମାରୀ ସାହୁ, ସନ୍ତୋଷ ପ୍ରଧାନ, ସୁନିଲ ପ୍ରଧାନ, ଚିତ୍ତ ରଞ୍ଜନ କର୍ଣ୍ଣ, ପର୍ଯ୍ୟବେକ୍ଷକ ରଞ୍ଜନ ସାହୁଙ୍କ ସମେତ ବହୁ ବିଜେଡି ନେତା ଯୋଗ ଦେଇଥିଲେ।
ସେହିପରି, ସାଂସଦ ପ୍ରାର୍ଥୀ ଶ୍ରୀ ଦାସ ଛେଣ୍ଡିପଦା ବିଧାନସଭା କ୍ଷେତ୍ର ଅଧୀନରେ ଥିବା ବଅଁରପାଳ ବ୍ଲକ୍‌ର ତୁରଙ୍ଗରେ ଏକ ସାଧାରଣ ସଭାରେ ଯୋଗ ଦେଇଥିଲେ। ଏହି ସମାବେଶରେ ବିଧାୟକ ସୁଶାନ୍ତ ବେହେରା, ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, ସହ ପର୍ଯ୍ୟବେକ୍ଷକ କୁନ ବିହାରୀ ଦାସ, ପର୍ଯ୍ୟବେକ୍ଷକ ସଂଜୟ ଅଗ୍ରୱାଲଙ୍କ ସମେତ ବହୁ ବିଜେଡି ନେତା ଯୋଗ ଦେଇଥିଲେ। ସେମାନେ ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ସଂପର୍କରେ କହିବାସହ ଏଠା‌‌କାର ବିଜେପି ସାଂସଦ କେତେଥର ଲୋକଙ୍କ ପାଖକୁ ଆସିଛନ୍ତି ବୋଲି ପ୍ରଶ୍ନ କରିଥିଲେ।