ସାଂସଦ ଲଡ଼ୁ କିଶୋର ସ୍ବାଇଁଙ୍କ ପରଲୋକ

ଭୁବନେଶ୍ୱର: ବିଜେଡି ନେତା ତଥା ଆସ୍କା ଲୋକସଭା ସାଂସଦ ଲଡ଼ୁ କି‌େ‌ଶାର ସ୍ବାଇଁଙ୍କ ମଙ୍ଗଳବାର ରାତି ପ୍ରାୟ ୧୧ଟା ୪୫ରେ ଆପୋଲୋ ହସ୍ପିଟାଲ୍‌ରେ ପରଲୋକ ହୋଇଯାଇଛି। ମୃତ୍ୟୁବେଳକୁ ତାଙ୍କୁ ୭୧ ବର୍ଷ ହୋଇଥିଲା। ଲଡ଼ୁ କିଶୋର କିଡ୍‌ନି ରୋଗରେ ଆକ୍ରାନ୍ତ ଥିଲେ। ଗତକାଲି ଅସୁସ୍ଥ ହୋଇପଡ଼ିବାରୁ ରାତି ଗୋଟାଏରେ ତାଙ୍କୁ ଆପୋଲୋ ହସ୍ପିଟାଲ୍‌ରେ ଭର୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଆଜି ରାତିରେ ତାଙ୍କର ପରଲୋକ ହୋଇଯାଇଛି। ମୃତ୍ୟୁଶଯ୍ୟା ନିକଟ‌େର ପତ୍ନୀ ମଞ୍ଜୁଳା ସ୍ବାଇଁ, ପୁଅ ନଚିକେତା ଓ ଅଶ୍ବିନୀ ଉପସ୍ଥିତ ଥିଲେ। ଆସନ୍ତକାଲି ତାଙ୍କ ମର ଶରୀରକୁ କବିସୂର୍ଯ୍ୟ ନଗରର ପଥୁରା ଗଁାକୁ ନିଆଯାଇ ସେଠାରେ ଶେଷକୃତ ସମ୍ପନ୍ନ କରାଯିବା ବୋଲି ପରିବାର ସୂତ୍ରରୁ ଜଣାପଡ଼ିଛି। ବୁଧବାର ସେ ସଂସଦ ଅଧିବେଶନରେ ଯୋଗ ଦେଇଥାନ୍ତେ। ଏଥିପାଇଁ ବିମାନ ଟିକେଟ୍ ମଧ୍ୟ କଟା ସରିଥିଲା।୧୯୪୭ ଜୁଲାଇ ୮ ତାରିଖରେ ଗଂଜାମ ଜିଲ୍ଲାରେ ଜନ୍ମଗ୍ରହଣ କରିଥିବା ଲଡ଼ୁ କିଶୋର ସ୍ବାଇଁ ୨୦୧୪ରେ ଆସ୍କା ନିର୍ବାଚନମଣ୍ଡଳୀରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ଏହାପୂର୍ବରୁ ୨୦୦୪ରେ ସେ କବିସୂର୍ଯ୍ୟନଗର ନିର୍ବାଚନମଣ୍ଡଳୀରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ତାଙ୍କ ବିୟୋଗରେ ଶୋକର ଛାୟା ଖେଳିଯାଇଛି। ତାଙ୍କର ୨ ପୁଅ ଓ ଗୋଟିଏ ଝିଅ ଅଛନ୍ତି।

ସମ୍ବନ୍ଧିତ ଖବର