କୁମାରଉତ୍ସବରେ ଗୀତ ଗାଇ ଶ୍ରୋତାଙ୍କ ମନ ଜିତିଲେ ବିଧାୟକ ଓ ସାଂସଦ, ଭିଡିଓ ଦେଖନ୍ତୁ

ଜଗତସିଂହପୁର: ନେତା ଗାଇଲେ ଜନତା ଶୁଣିଲେ | ‘ଯା ଯା ରେ ଭାସି ଯା ନୌକା ମୋର ଭାସି ଯା ମହାନଦୀର ନୀଳ ଢେଉରେ ନାଚି ନାଚି ତୁ ଭାସି ଯା’ ଗୀତ ଗାଇ ଶ୍ରୋତାଙ୍କ ମନ ଜିତିଛନ୍ତି ମନ୍ତ୍ରୀ ରଘୁ ନନ୍ଦନ ଦାସଙ୍କ ସହ ଜଗତସିଂହପୁର ସାଂସଦ ଓ ପାରାଦ୍ବୀପ ବିଧାୟକ |

ଶନିବାର ରାତିରେ ତିର୍ତ୍ତୋଲ କୁମାର ଉତ୍ସବରେ ଅତିଥି ଭାବେ ଯୋଗ ଦେଇଥିଲେ ଜଳସମ୍ପଦ ମନ୍ତ୍ରୀ ରଘୁ ନନ୍ଦନ ଦାସଙ୍କ ସହ ଜଗତସିଂହପୁର ସାଂସଦ ଡ. ରାଜଶ୍ରୀ ମଲ୍ଲିକ, ତିର୍ତ୍ତୋଲ ବିଧାୟକ ତଥା ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ବିଷ୍ଣୁ ଦାସଙ୍କ ସହ ପାରାଦ୍ବୀପ ବିଧାୟକ ସମ୍ବିତ ରାଉତରାୟ | ବିଷ୍ଣୁ ଦାସ ଷ୍ଟେଜରେ ବସିଥିବାବେଳେ ଦର୍ଶକଙ୍କ ଅନୁରୋଧ କ୍ରମରେ ଏହି ୩ ନେତା ଷ୍ଟେଜରେ ଗୀତ ଗାଇଥିଲେ |

ସଂଯୋଗ ବଶତଃ ଗତକାଲି ଅକ୍ଷୟ ମହାନ୍ତିଙ୍କ ଜନ୍ମଜୟନ୍ତୀ ଥିଲା ଓ ନେତାମାନେ ତାଙ୍କର ଗୀତଟିକୁ କୁମାରଉତ୍ସବରେ ଗାଇଥିଲେ | ଏଠାରେ ସୂଚନା ଥାଉ କି ପୂର୍ବରୁ କଟକ-ଚୌଦ୍ୱାର ବିଧାୟକ ସୋଭିକ ବିଶ୍ୱାଳ ଗଣେଶ ପୂଜା ସମୟରେ ମେଲୋଡିରେ ଭଜନ ଗାଇ ଚର୍ଚ୍ଚାକୁ ଆସିଥିଲେ |

ସମ୍ବନ୍ଧିତ ଖବର