ଭୁବନେଶ୍ବର : ସୁପ୍ରିମ୍ କୋର୍ଟଙ୍କ ନିର୍ଦ୍ଦେଶ ପରେ ବିଧାୟକ ଓ ଏମ୍ପିଙ୍କ ବିରୋଧରେ ରୁଜୁ ହେଉଥିବା ଅପରାଧ ମାମଲାର ଶୁଣାଣି ପାଇଁ ସ୍ବତନ୍ତ୍ର ଏମଏଲ୍ଏ/ଏମ୍ପି କୋର୍ଟ ପ୍ରତିଷ୍ଠା ହୋଇଛି। ଭୁବନେଶ୍ବରସ୍ଥିତ ଖୋର୍ଦ୍ଧା ଜିଲ୍ଲା ଦୌରାଜଜ୍ଙ୍କ କୋର୍ଟ ପରିସରରେ ଏହି ସ୍ବତନ୍ତ୍ର ଅଦାଲତ କାମ କରୁଛି। ୨୦୨୦ରେ ଏହି ଅଦାଲତ ପ୍ରତିଷ୍ଠା ହେବା ପରେ ଶତାଧିକ ମାମଲା ବିଚାରାଧୀନ ରହିଛି।
ଗୁଣପୁର ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗୋ ଦୋଷୀ ସାବ୍ୟସ୍ତ ସ୍ବତନ୍ତ୍ର କୋର୍ଟ ପାଇଁ ପ୍ରଥମ। ବର୍ତ୍ତମାନ ବିଧାୟକ ଓ ବହୁ ପୂର୍ବତନ ବିଧାୟକଙ୍କ ବିରୋଧରେ ମାମଲା ଚାଲୁ ରହିଛି। ଜଣେ ଜଣେ ନେତାଙ୍କ ବିରୋଧରେ ଏକାଧିକ ଅପରାଧ ମାମଲା ମଧ୍ୟ ରହିଛି। ଏହା ପରେ କାହା ପାଳି ପଡ଼ିବ ବୋଲି ଚର୍ଚ୍ଚା ହେଉଛି। ପ୍ରଥମ ଦୋଷୀ ସାବ୍ୟସ୍ତ ପରେ ଅନେକଙ୍କ ଛାତି ମଧ୍ୟ ଧଡ଼ଧଡ଼ ହେଲାଣି। କ୍ଷମତାରେ ଥାଇ ଦୋଷୀ ସାବ୍ୟସ୍ତ ହେଲେ ଅଡ଼ୁଆ ବଢ଼ିବ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି।