ନିର୍ମାଣାଧୀନ ପ୍ରକଳ୍ପ କାମ ଶେଷ କରିବା ନେଇ କେନ୍ଦ୍ରମନ୍ତ୍ରୀ ଗଡ଼କରୀଙ୍କୁ ଭେଟିଲେ ଓଡ଼ିଆ ସାଂସଦ ପିନାକୀ ମିଶ୍ର

ନୂଆଦିଲ୍ଲୀ: ନିର୍ମାଣାଧୀନ ପ୍ରକଳ୍ପ କାମ ଶେଷ କରିବା ନେଇ ଓଡ଼ିଆ ସାଂସଦ ପିନାକୀ ମିଶ୍ର ସୋମବାର କେନ୍ଦ୍ର ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଭେଟିଛନ୍ତି। ସାକ୍ଷାତକାର ସମୟରେ ପୁରୀ ସାଂସଦ ଓଡ଼ିଶାର ବିଭିନ୍ନ ପ୍ରକଳ୍ପ ମଞ୍ଜୁର କରିବାକୁ ଦାବି କରିଛନ୍ତି। ପୁରୀ ଓଭରବ୍ରିଜ୍‌ ଓ ଭୁବନେଶ୍ୱର-ପୁରୀ ରାଜପଥ କାମ ଶେଷ କରିବାକୁ ସେ ଦାବି କରିଛନ୍ତି।

ସେହିପରି କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ନବରଙ୍ଗପୁର ସାଂସଦ ରମେଶ ମାଝୀ ଚିଠି ଲେଖିଛନ୍ତି। ଚିଠିରେ ରମେଶ ମାଝୀ ବିଜୟଓ୍ଵାଡା-ରାଞ୍ଚି କରିଡର ଓଡ଼ିଶା ଅଂଶରେ ସମସ୍ୟା ନେଇ ଅଭିଯୋଗ କରିଛନ୍ତି। ମାଲକାନଗିରିର ମୋଟୁରେ ସଂଯୋଗୀକରଣ ରାସ୍ତା କାମ ଶୀଘ୍ର ଶେଷ କରିବାକୁ ସେ ଦାବି କରିଛନ୍ତି। କାଲିମେଳା-ମାଲକାନଗିରି ରାସ୍ତାରେ ୪ଟି ସେତୁର ଉଚ୍ଚତା ବଢ଼ାଇବାକୁ ସାଂଦଦ ମାଝୀ ଦାବି କରିଛନ୍ତି। କାରଣ ବର୍ଷାଦିନରେ ଏହି ୪ଟି ସେତୁ ଉପରେ ୪-୫ ଫୁଟ୍‌ ଉଚ୍ଚର ପାଣି ପ୍ରବାହିତ ହୋଇଥାଏ। ସାଂସଦ ରମେଶ ମାଝି ଏସବୁ ସମସ୍ୟାର ସମାଧାନ କରାଯିବା ପାଇଁ ନୀତିନଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି।

ସମ୍ବନ୍ଧିତ ଖବର