ନୀଳଗିରି: ‘ଆଜାଦି କା ଅମୃତ ମହୋତ୍ସବ’ ଅବସରରେ ଏବଂ ​ପ୍ରଧାନମନ୍ତ୍ରୀ ମୋଦୀ ନେତୃତ୍ବରେ ‘ହର ଘର ତ୍ରିରଙ୍ଗା’ ଅଭିଯାନ ଚାଲିଛି। ଏହି ଅଭିଯାନରେ ଲୋକମାନେ ଘରେ ଘରେ ଜାତୀୟ ପତାକା ଉଡ଼ାଉଛନ୍ତି। ଏପରି ସମୟରେ ବାଲେଶ୍ବର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଆଜି ବାଲେଶ୍ବର ଜିଲ୍ଲା ଗୋପୀନାଥପୁରସ୍ଥିତ ନିଜ ଚାଳଘରେ ପତାକା ଉଡ଼ାଇଥିବା ଦେଖିବାକୁ ମିଳିଛି। ଶ୍ରୀ ଷଡ଼ଙ୍ଗୀ ଘରେ ଘରେ ତ୍ରିରଙ୍ଗା ପତାକା ଉଡ଼ାଇ ସ୍ବାଧୀନତାର ଉତ୍ସବ ପାଳିବା ପାଇଁ ଜିଲ୍ଲା ତଥା ରାଜ୍ୟବାସୀଙ୍କୁ ଆହ୍ବାନ ଜଣାଇଛନ୍ତି।