କଟକ : ବାଲେଶ୍ବରର ବିଜେଡି ସା˚ସଦ ରବୀନ୍ଦ୍ର କୁମାର ଜେନାଙ୍କ ଆଗୁଆ ଜାମିନ ଆବେଦନର ଶୁଣାଣି ଘୁଞ୍ଚିଛି। ଜଷ୍ଟିସ ସି.ଆର.ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ଶ୍ରୀ ଜେନାଙ୍କ ଆବେଦନର ପରବର୍ତ୍ତୀ ଶୁଣାଣି ୨୦୧୯, ଜାନୁଆରି ତୃତୀୟ ସପ୍ତାହରେ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ପୂର୍ବରୁ ଶ୍ରୀ ଜେନାଙ୍କୁ ହାଇକୋର୍ଟ ପ୍ରଦାନ କରିଥିବା ଅନ୍ତରୀଣ ସୁରକ୍ଷା ବଳବତ୍ତର ରହିଛି। ଏଠାରେ ସୂଚନା ଯୋଗ୍ୟ ଯେ ସିସୋର ମାମଲାର ତଦନ୍ତ ସମୟରେ ସିବିଆଇ ଶ୍ରୀ ଜେନାଙ୍କୁ ପଚରା ଉଚୁରା ପାଇଁ ନୋଟିସ୍ ଜାରି କରିଥିଲା। ଏହା ପରେ ଶ୍ରୀ ଜେନା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ୨୦୧୭, ମାର୍ଚ୍ଚ ୬ରେ ହାଇକୋର୍ଟ ଶ୍ରୀ ଜେନାଙ୍କ ଆଗୁଆ ଜାମିନ ଆବେଦନର ଶୁଣାଣି କରି ତାଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ। ଏଥି ସହିତ କେସ୍ ଡାଏରି ଦାଖଲ ପାଇଁ ସିବିଆଇକୁ ନିର୍ଦ୍ଦେଶ ଦିଆଯାଇଥିଲା। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ରଜତ କୁମାର ରଥ ଓ ବରିଷ୍ଠ ଆଇନଜୀବୀ ଅଶୋକ କୁମାର ପରିଜା ମାମଲା ପରିଚାଳନା କରୁଥିବା ବେଳେ ପ୍ରଣୟ କୁମାର ଦାଶ ସହଯୋଗ କରୁଛନ୍ତି।
ସା˚ସଦ ରବୀନ୍ଦ୍ର ଜେନାଙ୍କ ଆଗୁଆ ଜାମିନ ଆବେଦନ ଶୁଣାଣି ଘୁଞ୍ଚିଲା
ଅନ୍ତରୀଣ ସୁରକ୍ଷା ବଳବତ୍ତର
/sambad/media/post_attachments/wp-content/uploads/2018/12/Rabindra-Jena.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)