ସାଂସଦ ସଙ୍ଗୀତାଙ୍କ ରାଗ ପଞ୍ଚମ

ବଲାଙ୍ଗୀର : ବଲାଙ୍ଗୀର ସାଂସଦ ସଙ୍ଗୀତା ସିଂହଦେଓ ବିଗତ ଦିନରେ ଦଳୀୟ କର୍ମୀ ଓ ପ୍ରଶାସନିକ ଅଧିକାରୀଙ୍କୁ ଗାଳିଗୁଲଜ କରି ଚର୍ଚ୍ଚାରେ ରହୁଥିଲେ। ହେଲେ ୨୦୧୯ ନିର୍ବାଚନରେ ସାଂସଦ ଭାବେ ନିର୍ବାଚିତ ହେଲା ପରେ ପୁରୁଣା ଅଭିଯୋଗର ପୁନରାବୃତ୍ତି ହୋଇନଥିଲା। ସମସ୍ତେ ଭାବୁଥିଲେ ବୟସ ଦୃଷ୍ଟିରୁ ମାଡାମ ଶାନ୍ତ ପଡ଼ିଗଲେ। କିନ୍ତୁ ସୋସିଆଲ୍‌ ମିଡିଆରେ ଘୂରି ବୁଲୁଥିବା ଅଡିଓ ମାଡାମଙ୍କ ପୁରୁଣା କଥାକୁ ତାଜା କରିଛି।

ଆଗଲପୁର ମଣ୍ଡଳ ସଭାପତିଙ୍କ ସହ ଫୋନ୍‌ରେ କଥାବାର୍ତ୍ତାର ଅଡିଓ ଏବେ ଭାଇରାଲ ହୋଇଛି। ଆଲୋଚନା ଆରମ୍ଭରୁ ହାଲଚାଲ ବୁଝିଥିଲେ ମାଡାମ। ତାପରେ ବିଧାୟକ ମୁକେଶ ମହାଲିଙ୍ଗଙ୍କ ସଭାରେ କର୍ମୀଙ୍କ ଭିଡ଼ ହେଉଥିବା ବେଳେ ତାଙ୍କ ସଭାରେ କାହିଁକି କେହି ଆସୁନାହାନ୍ତି ବୋଲି ବାରମ୍ବାର ପ୍ରଶ୍ନ କରିଥିଲେ। ପୂରା ଆଲୋଚନାରେ ଅନେକ ଅଶୋଭନୀୟ କଥା କହିଥିବା ବେଳେ ଶେଷରେ ‘କୁକୁର’ କହି ଫୋନ୍‌ କାଟିଦେଇଥିଲେ। ସାଂସଦ ସଙ୍ଗୀତାଙ୍କ ରାଗ ପଞ୍ଚମରେ ବୋଲି ପୁଣି ଚର୍ଚ୍ଚାର ଜୋର ଧରିଛି।

ସମ୍ବନ୍ଧିତ ଖବର