ରାଜ୍ୟର କୋଭିଡ ପରିଚାଳନାର ଡକ୍ୟୁମେଣ୍ଟେସନ୍‌କୁ ଗୁରୁତ୍ବ

ସ୍ବାସ୍ଥ୍ୟ ବିଭାଗ, ବିଶ୍ବ ସ୍ବାସ୍ଥ୍ୟ ସଂଗଠନର କୋଭିଡ ପରିଚାଳନା ଆଲୋଚନା

ଭୁବନେଶ୍ବର : କୋଭିଡ ପରିଚାଳନାରେ ଓଡ଼ିଶା ବେଶ୍‌ ଉଲ୍ଲେଖନୀୟ କାର୍ଯ୍ୟ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିପାରିଛି। ମାତ୍ର ଏସବୁର ଡକ୍ୟୁମେଣ୍ଟେସନ୍‌ର ଆବଶ୍ୟକତା ରହିଛି। ପରିଚାଳନା କ୍ଷେତ୍ରରେ ନିଆ ଯାଇଥିବା ବିଭିନ୍ନ ପଦକ୍ଷେପ ଗୁଡ଼ିକର ଡକ୍ୟୁମେଣ୍ଟେସନ୍ କରିପାରିଲେ ଅନ୍ୟମାନେ ଏହାକୁ ଅନୁସରଣ କରିପାରିବେ ବୋଲି ମତ ଦେଇଛନ୍ତି ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ପ୍ରତିନିଧି।

ଆଜି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଓ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ମଧ୍ୟରେ କୋଭିଡ ପରିଚାଳନାକୁ ନେଇ ହୋଇଥିବା ଆଲୋଚନାରେ ବିସ୍ତୃତଭାବେ ଆଲୋଚନା ହୋଇଥିଲା। ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ପ୍ରତିନିଧି ବାଲେଶ୍ବର ଜିଲ୍ଲା ଗସ୍ତ କରିଥିବା ବେଳେ ତାହାର ଅନୁଭୂତି ବର୍ଣ୍ଣନା କରିଥଇଲେ। କୋଭିଡ ପରିଚାଳନାରେ ଜିଲ୍ଲାରେ ଆଥିଦୃଶିଆ କାର୍ଯ୍ୟ ହୋଇଥିବା କହିଥିଲେ। ଜିଲ୍ଲାରେ ଏଏଚ୍‌ଏଫ୍‌ ଗୁଡ଼ିକରେ କୋଭିଡ ପରିଚାଳନା ବାଦ୍ ଟିକାଦାନ, ସ୍ବାସ୍ଥ୍ୟସେବା ସଂପର୍କିତ ସଚେତନତା କାର୍ଯ୍ୟକ୍ରମ, ସ୍ବାସ୍ଥ୍ୟ ଶିବିର ଓ ଆବଶ୍ୟକସ୍ଥଳେ ଆଶ୍ରୟ କେନ୍ଦ୍ର ଇତ୍ୟାଦିର ପରିଚାଳନା ହୋଇପାରୁଛି। ଏହି କେନ୍ଦ୍ରଗୁଡ଼ିକ ବହୁମୁଖୀ ସେବା ପ୍ରଦାନରେ ସହାୟକ ହୋଇପାରୁଛି।

ଏହାସହ ବିପର୍ଯ୍ୟୟ ସମୟରେ ସ୍ବାସ୍ଥ୍ୟସେବା ପରିଚାଳନା ସଂପର୍କରେ ମଧ୍ୟ ଆଲୋଚନା ହୋଇଥିଲା। ଆଲୋଚନାରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଡା.ନିହାର ରାୟ, ଡା.ସୌରଭ, ଡା.ମନୀଷ, ସ୍ବାସ୍ଥ୍ୟ ବିଭାଗର ସ୍ବତନ୍ତ୍ର ସଚିବ ଡା.ଅଜିତ ମହାନ୍ତି, ଡା.ଦୀନବନ୍ଧୁ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର