ଓଡ଼ିଆ ପରିବେଶ ଓ ପାଣିପାଗ ବିଜ୍ଞାନୀ ବିଜ୍ଞାନୀ ମୃତ୍ୟୁଞ୍ଜୟ ମହାପାତ୍ର ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ନିଯୁକ୍ତ

ଭୁବନେଶ୍ୱର : ଓଡ଼ିଆ ପରିବେଶ ଓ ପାଣିପାଗ ବିଜ୍ଞାନୀ ମୃତ୍ୟୁଞ୍ଜୟ ମହାପାତ୍ର ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ନିଯୁକ୍ତ ହୋଇଛନ୍ତି । ଆସନ୍ତା ଅଗଷ୍ଟ ୧ରେ ସେ କାର୍ଯ୍ୟଭାର ଗ୍ରହଣ କରିବେ ଓ ତାଙ୍କ କାର୍ଯ୍ୟକାଳ ୫ ବର୍ଷ ରହିବ ବୋଲି ସରକାରୀ ସୁତ୍ରରୁ ଜଣାପଡିଛି । ଆଜି ଏ ନେଇ ନିୟୋଜନ ମନ୍ତ୍ରାଳୟ ପକ୍ଷରୁ ବିଧିବଦ୍ଧ ନିର୍ଦ୍ଦେଶନାମା ଜାରି କରାଯାଇଛି।

ମୃତ୍ୟୁଞ୍ଜୟ ପୂର୍ବରୁ ଭାରତୀୟ ପାଣିପାଗ ବିଭାଗର ବାତ୍ୟା ବିଭାଗର ମୁଖ୍ୟ ଭାବେ କାର୍ଯ୍ୟ କରୁଥିଲେ । ଆସନ୍ତା ଅଗଷ୍ଟ ୧ ତାରିଖରୁ ମହାନିର୍ଦ୍ଦେଶକ ଦାୟିତ୍ୱ ଗ୍ରହଣ କରିବେ ମୃତ୍ୟୁଞ୍ଜୟ । ପୂର୍ବରୁ ଅନେକ ବାତ୍ୟାର ସଠିକ୍ ଆକଳନ କରି ନିଜ ଦକ୍ଷତାର ପରିଚୟ ଦେଇଥିଲେ ମୃତ୍ୟୁଞ୍ଜୟ । ଏପରିକି କିଛି ଦିନ ପୂର୍ବେ ଯାଇଥିବା ବାତ୍ୟା ଫନିର ଗତିପଥ ଓ ଏହାର ପ୍ରଭାବ ସଂପର୍କରେ ସଠିକ ଆକଳନ କରି ଲୋକଙ୍କୁ ଆଗୁଆ ସର୍ତକ ସୂଚନା ଦେଇଥିଲେ ମୃତ୍ୟୁଞ୍ଜୟ ।

ସମ୍ବନ୍ଧିତ ଖବର