ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ଅଧ୍ୟକ୍ଷ ଶ୍ରୀମୟୀ ମିଶ୍ର ଓ ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମର ଅଧ୍ୟକ୍ଷ ଚିନ୍ମୟ ସାହୁଙ୍କୁ କରୋନା

ସୌରଭ ଗର୍ଗଙ୍କୁ କରୋନା, ଖାଦ୍ୟ ଯୋଗାଣ ବିଭାଗର ଅତିରିକ୍ତ ସଚିବ କରୋନା ସଂକ୍ରମିତ

ଭୁବନେଶ୍ୱର : ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ଅଧ୍ୟକ୍ଷ ଶ୍ରୀମୟୀ ମିଶ୍ର ଓ ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମର ଅଧ୍ୟକ୍ଷ ଚିନ୍ମୟ ସାହୁ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସୋସିଆଲ ମିଡିଆରେ ଉଭୟ ଏନେଇ ସୂଚନା ଦେଇଛନ୍ତି। ଉଭୟଙ୍କ ସ୍ବାସ୍ଥ୍ୟାବସ୍ଥା ଠିକ୍‌ ଅଛି। ଉଭୟ ନିଜ ଘରେ ରହି ଚିକିତ୍ସିତ ହେଉଛନ୍ତି। ନିକଟରେ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନେ ଡାକ୍ତରଙ୍କ ସହ ପରାମର୍ଶ କରିବାକୁ ଉଭୟ ନିବେଦନ କରିଛନ୍ତି।

ସୌରଭ ଗର୍ଗଙ୍କୁ କରୋନା
ଭୁବନେଶ୍ୱର, : କୃଷି ବିଭାଗର ପ୍ରମୁଖ ଶାସନ ସଚିବ ସୌରଭ ଗର୍ଗ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତାଙ୍କର କୌଣସି ଲକ୍ଷଣ ନାହିଁ। ସେ ଗୃହ ସଙ୍ଗରୋଧରେ ରହି ଚିକିତ୍ସିତ ହେଉଛନ୍ତି। ଏ ସମ୍ପର୍କରେ ସେ ସରକାରଙ୍କୁ ଲିଖିତ ଭାବେ ଅବଗତ କରାଇଛନ୍ତି।

ଖାଦ୍ୟ ଯୋଗାଣ ବିଭାଗର ଅତିରିକ୍ତ ସଚିବ କରୋନା ସଂକ୍ରମିତ, ସଚିବଙ୍କ ସଂସ୍ପର୍ଶରେ ଆସିଛନ୍ତି ୧୪ କର୍ମଚାରୀ
ଭୁବନେଶ୍ୱର : ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗରେ ପଶିଛି କରୋନା। ବିଭାଗର ଅତିରିକ୍ତ ସଚିବ କରୋନା ସଂକ୍ରମିତ ହୋଇଛନ୍ତି। ଆଜି ସେ ପଜିଟିଭ୍ ଥିବା ଜଣାପଡ଼ିବା ପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ୧୪ଜଣ କର୍ମଚାରୀଙ୍କ କୋଭିଡ୍‌ ପରୀକ୍ଷା କରିବା ଲାଗି ବିଭାଗ ପକ୍ଷରୁ କ୍ୟାପିଟାଲ ହସ୍ପିଟାଲ କର୍ତୃପକ୍ଷଙ୍କୁ ଚିଠି ଲେଖାଯାଇଛି। ସୂଚନା ଅନୁସାରେ, ଗତ ୧୩ତାରିଖରେ ଅତିରିକ୍ତ ସଚିବ ଶେଷଥର ଲାଗି ବିଭାଗକୁ ଆସିଥିଲେ। ଗତ ରବିବାର ସେ ଅସୁସ୍ଥ ହୋଇ ପଡ଼ିଥିଲେ। ଆଜି କୋଭିଡ୍‌ ପରୀକ୍ଷା କରିବା ପରେ ସେ ପଜିଟିଭ୍ ଥିବା ଜଣାପଡ଼ିଥିଲା। ବିଭାଗରେ ତାଙ୍କ ସଂସ୍ପର୍ଶରେ ୧୪ଜଣ କର୍ମଚାରୀ ଆସିଥିବା କଣ୍ଟାକ୍ଟ ଟ୍ରେସିଂରେ ସ୍ପଷ୍ଟ ହୋଇଥିଲା। ଏଥିରେ ଅତିରିକ୍ତ ସଚିବଙ୍କ ସହିତ ସେକ୍ସନ ଅଫିସର, ଏଏସ୍ଓ, ଜୁନିଅର ଷ୍ଟେନୋ, ଡିଇଓ, ଆଇଟି କନସଲଟାଣ୍ଟ, ପି.ଆଇ, ଏସ୍ଏ ତଥା ଡିଇଓ ଓ ଜଣେ ଡ୍ରାଇଭର ରହିଛନ୍ତି। ନମୁନା ପରୀକ୍ଷା କରି ସେମାନଙ୍କ ରିପୋର୍ଟ ପ୍ରଦାନ କରିବା ଲାଗି କ୍ୟାପିଟାଲ ହସ୍ପିଟାଲ ନିର୍ଦେଶକଙ୍କୁ ବିଭାଗ ପକ୍ଷରୁ ଚିଠିରେ କୁହାଯାଇଛି।

ସମ୍ବନ୍ଧିତ ଖବର