ରାୟଗଡ଼ା:ରାୟଗଡ଼ା ଠାରେ ଥିବା ସିଆରପିଏଫ୍‌ ଚତୁର୍ଥ ବାଟାଲିୟନର ଗୋଦାମରେ ଆକସ୍ମିକ ଅଗ୍ନିକାଣ୍ଡ ଘଟିଛି। ଗତକାଲି ରାତି ପ୍ରାୟ ସାଢ଼େ ୧ଟା ବେଳେ ଏହି ଅଗ୍ନିକାଣ୍ଡ ଘଟିଛି। ଏଥିରେ କ୍ୟାମ୍ପ ଗୋଦାମର ୩ଟି ବଖରା ସମ୍ପୂର୍ଣ୍ଣ ପୋଡ଼ି ଯିବା ସହିତ ପ୍ରାୟ ଦେଢ଼ କୋଟିରୁ ୨ କୋଟି ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି।

Advertisment

publive-image ସୌଭାଗ୍ୟ ବଶତଃ ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହୋଇ ନାହାଁନ୍ତି। ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣା ପଡ଼ି ନ ଥିବା ବେଳେ ବିଦ୍ୟୁତ ସର୍ଟ ସର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି।

publive-image

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି କ୍ୟାମ୍ପ ଦାୟିତ୍ୱରେ ଥିବା ସୁରକ୍ଷା କର୍ମୀଙ୍କୁ ଛାଡ଼ି ଅନ୍ୟ ସମସ୍ତ ସିଆରପିଏଫ କର୍ମଚାରୀ ରାତି ପ୍ରାୟ ସାଢ଼େ ୧ଟା ବେଳେ ଶୋଇଯାଇଥିଲେ। ତେବେ ହଠାତ୍‌ କ୍ୟାମ୍ପର ଗୋଦାମରୁ ନିଆଁ ଉଠିଥିଲା। ନିଆଁ ଏତେ ପ୍ରବଳ ହୋଇଥିଲା ଯେ, ଚାହୁଁ ଚାହୁଁ ଏହା ଗୋଦାମର ଅନ୍ୟ ଅଞ୍ଚଳକୁ ମାଡ଼ି ଯାଇଥିଲା ଓ ଏହାକୁ ଆୟତ କରିବା ସମ୍ଭବ ହୋଇ ନ ଥିଲା।

publive-imageଖବର ପାଇ ରାୟଗଡ଼ାରୁ ଦମକଳ ଆସି ନିଆଁକୁ ଆୟତ କଲାବେଳକୁ ଗୋଦମର ୩ଟି ବଡ଼ ବଖରାରେ ଥିବା ଟେଣ୍ଟ, ସିଆରପିଏଫ ଜବାନଙ୍କ ପୋଷାକ, ଜୋତା ଓ ଅନ୍ୟାନ୍ୟ କୋଟି କୋଟି ଟଙ୍କାର ସାମଗ୍ରୀ ଜଳି ପାଉଁଶ ହୋଇ ଯାଇଥିଲା।