ଭୁବନେଶ୍ବର: ଚଳିତ ଖରିଫ ଋତୁରେ ରାଜ୍ୟରେ ଧାନ କିଣା ଆରମ୍ଭ ହୋଇଛି। ପଞ୍ଜୀକୃତ ଚାଷୀ ମଣ୍ଡିରେ ଧାନ ବିକିବାର ୪୮ ଘଣ୍ଟା ମଧ୍ୟରେ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସର୍ବନିମ୍ନ ସହାୟକ ମୂଲ୍ୟ ପାଉଛନ୍ତି। ଏଥିପାଇଁ ରାଜ୍ୟ ସରକାର ଚାଷୀମାନଙ୍କ ଆକାଉଣ୍ଟକୁ ପ୍ରତ୍ୟକ୍ଷ ଭାବେ ସର୍ବନିମ୍ନ ସହାୟତା ମୂଲ୍ୟ ପ୍ରଦାନ ପାଇଁ ସରକାରୀ ସ୍ତରରେ ବିଭିନ୍ନ ପର୍ଯ୍ୟାୟରେ ଅଧିକାରୀମାନଙ୍କୁ ନିଯୁକ୍ତି ଦେଇଛନ୍ତି। କୌଣସି ଅଭିଯୋଗ ଆସିଲେ ତ୍ୱରିତ ପଦକ୍ଷେପ ଗ୍ରହଣ କରାଯାଉଛି। ଯୋଗାଣ ବିଭାଗ ପକ୍ଷରୁ ଏଥିପାଇଁ ବିହିତ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ଉଲ୍ଲେଖ ଯେ ଚାଷୀମାନଙ୍କ ଆକାଉଣ୍ଟକୁ ପ୍ରାରମ୍ଭିକ ଭାବେ ମ୍ୟାପିଂ କରାଯିବା ସହ ଶତ ପ୍ରତିଶତ ଭାବେ ଯାଞ୍ଚ କରାଯାଉଛି। ଏହାକୁ ବୈଷୟିକ ଉପଯୋଗୀ କରାଯାଇ ଡିଜିଟାଲ ମାଧ୍ୟମରେ ସେମାନଙ୍କ ଆକାଉଣ୍ଟକୁ ଏହି ପ୍ରାପ୍ୟ ପ୍ରଦାନ କରାଯାଉଛି।
୪୮ଘଣ୍ଟା ମଧ୍ୟରେ ଚାଷୀଙ୍କୁ ଏମ୍ଏସ୍ପି ସହାୟତା
ଚଳିତ ଖରିଫ ଋତୁରେ ରାଜ୍ୟରେ ଧାନ କିଣା ଆରମ୍ଭ ହୋଇଛି। ପଞ୍ଜୀକୃତ ଚାଷୀ ମଣ୍ଡିରେ ଧାନ ବିକିବାର ୪୮ ଘଣ୍ଟା ମଧ୍ୟରେ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସର୍ବନିମ୍ନ ସହାୟକ ମୂଲ୍ୟ ପାଉଛନ୍ତି।
/sambad/media/post_attachments/wp-content/uploads/2021/12/msp.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)