ଖୋର୍ଦ୍ଧା: ଆସନ୍ତା ୨୦୨୪ ସାଧାରଣ ନିର୍ବାଚନ ଓ ରାଜ୍ୟ ବିଧାନସଭା ନିର୍ବାଚନ ପ୍ରସ୍ତୁତି ନେଇ ମଙ୍ଗଳବାର ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହା ସହ ୧୮ ବର୍ଷରୁ ଉର୍ଦ୍ଧ୍ବ ଯୁବକଯୁବତୀଙ୍କୁ ଭୋଟର ତାଲିକାରେ ନାମ ଯୋଡ଼ିବା ନେଇ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ‘ମୁଁ ବି ମିତା’ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି।
ମଙ୍ଗଳବାର ପୂର୍ବାହ୍ଣ ୧୧ଟାରେ ପ୍ରାଣନାଥ ସ୍ବୟଂଶାସିତ ମହାବିଦ୍ୟାଳୟର ସମ୍ମିଳନୀ କକ୍ଷରେ ‘ମୁଁ ବି ମିତା’ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା। ଏଥିରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଡା ଅଜନ୍ତା ଶତପଥୀ, ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ବେଉରା, ଉପଜିଲ୍ଲାପାଳ ଦୀପ୍ତିରଞ୍ଜନ ସେଠୀ ଉପସ୍ଥିତ ଥିଲେ। ଏଥିରେ ଖୋର୍ଦ୍ଧା ଉପଖଣ୍ଡର ବିଭିନ୍ନ ମହାବିଦ୍ୟାଳୟର ସ୍ବେଚ୍ଛାସେବୀ ଛାତ୍ରୀ (ମିତାଦିଦି)ମାନେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇ ଉପଜିଲ୍ଲାପାଳ ଶ୍ରୀ ସେଠୀ କହିଛନ୍ତି ଯେ ମହାବିଦ୍ୟାଳୟର ଓ ନିଜ ଆଖପାଖ ସାହି, ପଡ଼ିଶାରେ ଯେଉଁମାନଙ୍କୁ ୧୮ବର୍ଷ ହୋଇଯାଇଛି, କିନ୍ତୁ ନିଜର ନାମ ଭୋଟର ତାଲକାରେ ପଞ୍ଜିକୃତ କରିନାହାନ୍ତି ସେମାନଙ୍କୁ ସଚେତନ କରି ଭୋଟରତାଲିକାରେ କିଭଳି ନାମ ଯୋଡ଼ିବେ ସେନେଇ ପ୍ରଶିକ୍ଷଣ ଦେବା ସହ ଅଭିଯାନ ଆରମ୍ଭ ହୋଇଥିଲା। ଯେଉଁ ସ୍ବେଚ୍ଛାସେବୀ ଛାତ୍ରୀ (ମିତାଦିଦି) ଏକ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟକରିବେ ସେମାନଙ୍କୁ ୨୦୨୪ ଜାନୁଆରୀ ୨୬ ଜାତୀୟ ମତଦାତା ଦିବସରେ ପୁରସ୍କୃତ କରାଯିବ । ଆଜି ସେମାନଙ୍କୁ ଆବଶ୍ୟକ ପ୍ରଶିକ୍ଷଣ ସହ ଟୋପି ଓ ବ୍ୟାଜ୍ ପ୍ରଦାନ କରାଯାଇଥିଲା।
/sambad/media/post_attachments/wp-content/uploads/2023/09/Khordha-Zillastariya-Nirbachan-prastuti-samikhya-baithak-e1693930638735.jpeg)
ଏହାପରେ ଅପରାହ୍ଣ ୩ଟା ବେଳେ ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତୀଙ୍କ ଅଧ୍ୟକ୍ଷତାରେ ଆସନ୍ତା ନିର୍ବାଚନ ପ୍ରସ୍ତୁତି ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ନୂତନ ଭୋଟରଙ୍କ ପଞ୍ଜୀକରଣ, ଭୋଟର ତାଲିକା ସଂଶୋଧନ, ବୂଥ ତାଲିକା ପ୍ରସ୍ତୁତ, ବୁଥ ପରିଚାଳନା ନିମନ୍ତେ ଆବଶ୍ୟକ ମାନବସମ୍ବଳର ବ୍ୟବସ୍ଥା, ବୁଥ ପରିଚାଳନା, ଇଭିଏମ୍ର ସ୍ଥିତି ଆଦି ସମ୍ପର୍କରେ ଆଲୋଚନା ହୋଇଥିଲା। ଏଥିରେ ଜିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀ ଯୋଗ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/09/Mu-Bi-mita-Karjyakram-Khordha.jpeg)