ଲକଡାଉନ୍ ହେତୁ ନୂଆପଡ଼ା ଜିଲ୍ଲାରେ ୧୫ରେ ଖୋଲିବ ଧାନମଣ୍ଡି, ଜିଲ୍ଲା ପ୍ରଶାସନର ନିଷ୍ପତ୍ତି

ନୂଆପଡ଼ା: ନୂଆପଡ଼ା ଜିଲ୍ଲାରେ ଚଳିତ ବର୍ଷ ରବି ଧାନ ସଂଗ୍ରହ ପାଇଁ ମଣ୍ଡି ଖୋଲିବାକୁ ଜିଲ୍ଲାସ୍ତରୀୟ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଜିଲ୍ଲା ପ୍ରଶାସନ ୧୫ ତାରିଖ ଦିନ ମଣ୍ଡି ଖୋଲିବାକୁ ନିଷ୍ପତ୍ତି ନେଇଛି। ଚଳିତ ୨୦୧୯-୨୦ବର୍ଷରେ ଜିଲ୍ଲାରେ ୮ ହଜାର ୫୫୦ ହେକ୍ଟରରେ ରବି ଧାନ ଉତ୍ପାଦନ କରାଯାଇଛି।

ଚଳିତ ବର୍ଷ ରାଜ୍ୟ ସରକାର ଜିଲ୍ଲାରୁ ୨ଲକ୍ଷ ୨୦ ହଜାର କ୍ବିଣ୍ଟାଲ ଧାନ କ୍ରୟ କରିବାକୁ ଧାର୍ଯ୍ୟ କରିଛନ୍ତି। ଜିଲ୍ଲାରେ ୭ ହଜାର ୩୪୪ ଜଣ ଚାଷୀ ଧାନ ବିକ୍ରି ପାଇଁ ପଞ୍ଜିକୃତ କରିଛନ୍ତି। ଜିଲ୍ଲରେ ୨୯ଟି ପିପିସି ଓ ୧୪ଟି ସ୍ବୟଂ ସହାୟିକା ଗୋଷ୍ଠୀ ମୋଟ ୪୩ ମଣ୍ଡିରେ ଧାନ କ୍ରୟରେ ଅଂଶଗ୍ରହଣ କରିଛନ୍ତି। ଧାନ କ୍ରୟ କେନ୍ଦ୍ରଗୁଡ଼ିକ ପ୍ରତିଦିନ ସକାଳ ୭ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଖୋଲା ରହିବ।

ପ୍ରତି ଧାନ କ୍ରୟ କେନ୍ଦ୍ରରେ ଏକ ଲିଟର ସାନିଟାଇଜର ଯୋଗାଇ ଦିଆଯିବ। ଏହାଛଡ଼ା ସାମାଜିକ ଦୂରତା ରକ୍ଷା କରିବା ସହ ଚାଷୀ ଓ କର୍ମଚାରୀମାନେ ମାସ୍କ ପିନ୍ଧିବେ। କୋଭିଡି ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିବା ସହ ବହୁ ଚାଷୀମାନଙ୍କର ଟୋକନ୍ ଆସଗଲାଣି ବୋଲି ନୂଆପଡ଼ା ଅତିରିକ୍ତ ଯୋଗାଣ ଅଧିକାରୀ ଥଣ୍ଡୁରାମ ନାଏକ ପ୍ରକାଶ କରିଛନ୍ତି ।

ସମ୍ବନ୍ଧିତ ଖବର