ଭୁବନେଶ୍ୱର: ରାଜ୍ୟର ୩୦ଟି ଜିଲ୍ଲାରେ ବୁଧବାର ଜିଲ୍ଲାସ୍ତରୀୟ, ବ୍ଲକସ୍ତରୀୟ ଓ ଆଶ୍ରୟସ୍ଥଳୀ ସ୍ତରୀୟ ବାତ୍ୟା, ବନ୍ୟା ଓ ଅନ୍ୟାନ୍ୟ ବିପର୍ଯ୍ୟୟର ମୁକାବିଲା ନିମନ୍ତେ ବିପର୍ଯ୍ୟୟ ଅଭ୍ୟାସ (ମକ୍ ଡ୍ରିଲ୍) ଅନୁଷ୍ଠିତ ହୋଇଯାଇଛି। ବାଲେଶ୍ୱର, ଭଦ୍ରକ, ମୟୂରଭଂଜ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, କଟକ, ଢେଙ୍କାନାଳ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଂଜାମ, ରାୟଗଡ଼ା, ନବରଂଗପୁର, ସୁବର୍ଣ୍ଣପୁର, ଗଜପତି, କୋରାପୁଟ, ନୂଆପଡା, ମାଲକାନଗିରି, କଳାହାଣ୍ଡି, ବୌଦ୍ଧ, ସମ୍ବଲପୁର, ବରଗଡ଼, ଝାରସୁଗୁଡ଼ା ଓ କେନ୍ଦୁଝର ଜିଲ୍ଲାର ୮୭୯ଟି (୫୬୮ ବାତ୍ୟା ଓ ୩୧୧ ବନ୍ୟା) ବହୁମୁଖୀ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀରେ ଗୋଷ୍ଠୀସ୍ତରୀୟ ସାମୁହିକ ବିପର୍ଯ୍ୟୟ ପ୍ରସ୍ତୁତି ଅଭ୍ୟାସ କରାଯାଇଛି।
ଏତଦ୍ ବ୍ୟତୀତ କନ୍ଧମାଳ, ବଲାଙ୍ଗୀର, ଦେବଗଡ଼, ସୁନ୍ଦରଗଡ଼ ଓ ଅନୁଗୁଳରେ ଜିଲ୍ଲାସ୍ତରୀୟ ବିପର୍ଯ୍ୟୟ ପ୍ରସ୍ତୁତି ଅଭ୍ୟାସ କରାଯାଇଛି। ଏଥି ମଧ୍ୟରୁ ରାଜ୍ୟ ରେଡକ୍ରସ ସଂସ୍ଥା ଦ୍ୱାରା ୬୫ ଗୋଟି ନିର୍ମିତ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ଅନ୍ତର୍ଭୁକ୍ତ ଅଟେ। ରାଜ୍ୟର ୩୧୪ ଗୋଟି ବ୍ଲକରେ ଏହି ବିପର୍ଯ୍ୟୟ ପ୍ରସ୍ତୁତି ଅଭ୍ୟାସ ହେବା ସହ ଏହାର ପ୍ରସ୍ତୁତିର ଏକ ସଚେତନତା ରାଲିର ଆୟୋଜନ କରାଯାଇଛି।
/sambad/media/post_attachments/wp-content/uploads/2019/06/Muck-drill1-750x430-1.jpg)
ବିପର୍ଯ୍ୟୟ ପ୍ରସ୍ତୁତି ଅଭ୍ୟାସ ସମୟରେ ଆଶ୍ରୟସ୍ଥଳୀ ସ୍ତରରେ ଗଠିତ ଆଶ୍ରୟସ୍ଥଳୀ ପରିଚାଳନା ଓ ରକ୍ଷଣାବେକ୍ଷଣ ସମିତି ସଭ୍ୟସଭା ତଥା ଅନ୍ୟାନ୍ୟ ସ୍ୱେଚ୍ଛାସେବୀମାନେ ସନ୍ଧାନ ଓ ଉଦ୍ଧାର କୌଶଳ ଏବଂ ପ୍ରାଥମିକ ଚିକିତ୍ସା କୌଶଳ ପ୍ରଦର୍ଶନ କରିଛନ୍ତି। ଏତଦ୍ ବ୍ୟତୀତ ଆଶ୍ରୟସ୍ଥଳୀମାନଙ୍କୁ ଯୋଗାଇ ଦିଆଯାଇଥିବା ବିଭିନ୍ନ ପ୍ରକାରର ଉପକରଣ ଯଥା- ଟାଓ୍ଵାର ଲାଇଟ୍, ଯନ୍ତ୍ରଚାଳିତ କରତ, ଜେନେରେଟର, ଷ୍ଟ୍ରେଚର, ମେଗାଫୋନ୍ ଇତ୍ୟାଦିର ବ୍ୟବହାର ସମ୍ବନ୍ଧୀୟ ଅଭ୍ୟାସ କରାଯିବ। ଓଡ୍ରାଫ, ଏନଡିଆରଏଫ ଏବଂ ଅଗ୍ନିଶମ ସେବା ବାହିନୀ ମକ୍ ଡ୍ରିଲ୍ରେ ଅଂଶଗ୍ରହଣ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/06/Muck-drill-300x199-2.jpg)