ସ୍ନାନ ମଣ୍ଡପକୁ ଆସିଲେନି ଗଜପତି ମହାରାଜା, ପ୍ରତିନିଧି ଭାବେ ମୁଦିରସ୍ତ କଲେ ଛେରାପହଁରା

ପୁରୀ: ଆଜି ଛେରାପହଁରା ଲାଗି ଶ୍ରୀମନ୍ଦିର ସ୍ନାନମଣ୍ଡପକୁ ଗଜପତି ମହାରାଜା ନ ଆସିବାରୁ ତାଙ୍କର ପ୍ରତିନିଧି ଭାବେ ମୁଦିରସ୍ତ ଛେରାପହଁରା କରିଛନ୍ତି । ଶ୍ରୀମନ୍ଦିରର ପ୍ରଚଳିତ ପରମ୍ପରା ଅନୁସାରେ, ଗଜପତି ମହାରାଜାଙ୍କ ଅନୁପସ୍ଥିତିରେ ମୁଦିରସ୍ତ ଶ୍ରୀଜିଉଙ୍କ ଛେରାପହଁରା କରିପାରିବେ। ଆଜି ଏହି ପରମ୍ପରାକୁ ଅନୁସରଣ କରି ପବିତ୍ର ସ୍ନାନଯାତ୍ରାରେ ମୁଦିରସ୍ତ ଛେରାପହଁରା କରିଛନ୍ତି।

କରୋନା କଟକଣା ଯୋଗୁଁ ଚଳିତ ବର୍ଷ ବିନା ଭକ୍ତରେ ଅନୁଷ୍ଠିତ ହୋଇଛି ମହାପ୍ରଭୁଙ୍କ ସ୍ନାନଯାତ୍ରା । ପୁରୀ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ ମଧ୍ୟ ସ୍ନାନଦେବୀକୁ ଆସି ନ ଥିବା ସୂଚନା ମିଳିଛି। ତେବେ ଗଜପତି ମହାରାଜ ଏବଂ ଜଗଦଗୁରୁ ଶଙ୍କରାଚାର୍ଯ୍ୟ କାହିଁକି ମହାପ୍ରଭୁଙ୍କ ସ୍ନାନଯାତ୍ରା ନୀତିକୁ ଆସିଲେନି ତାକୁ ନେଇ ବର୍ତ୍ତମାନ ଚର୍ଚ୍ଚା ବଢିଛି।

କରୋନା କଟକଣା ଯୋଗୁ ଏଥର ବିନା ଭକ୍ତରେ ସୀମିତ ସେବାୟତଙ୍କୁ ନେଇ ଅନୁଷ୍ଠିତ ହେଉଛି ମହାପ୍ରଭୁଙ୍କ ସ୍ନାନଯାତ୍ରା । ତେବେ ପରମ୍ପରା ଅନୁଯାୟୀ ଶ୍ରୀଜୀଉଙ୍କ ଛେରାପହଁରା ନୀତି ପାଇଁ ପୁରୀ ଗଜପତି ମହାରାଜଙ୍କର ଆସିବା ପରମ୍ପରା ରହିଥିବା ବେଳେ ଆଜି ଗଜପତି ମହାରାଜ କୌଣସି କାରଣବଶତଃ ଆସି ନ ଥିବା ହେତୁ ବିକଳ୍ପ ବ୍ୟବସ୍ଥା ଭାବେ ମୁଦିରସ୍ତ ଏହି ଦାୟିତ୍ବ ତୁଲାଇଛନ୍ତି। ଗତ ନିଳାଦ୍ରୀବିଜେ ସମୟରେ ମଧ୍ୟ ଗଜପତିଙ୍କ ଅନୁପସ୍ଥିତିରେ ମୁଦିରସ୍ତ ଛେରାପହଁରା ନୀତି ସଂପାଦନ କରିଥିଲେ।

ସମ୍ବନ୍ଧିତ ଖବର