ମୁଗମଣ୍ଡାରେ ଆମ ଓଡ଼ିଶାର ରକ୍ତଦାନ ଶିବିର ୧୯ରେ

ବେଗୁନିଆ: ମୁଗମଣ୍ଡାସ୍ଥିତ ଘନଶ୍ୟାମ କଳ୍ପତରୁ ଶାନ୍ତି ଆଶ୍ରମ ପରିସରରେ ଥିବା ଦେବଗୁରୁ ଆଦର୍ଶ ବିଦ୍ୟାଳୟର ରୌପ୍ୟ ଜୟନ୍ତୀ ଅବସରରେ ଆସନ୍ତା ୧୯ତାରିଖ (ରବିବାର)ରେ ଆମ ଓଡ଼ିଶା ପକ୍ଷରୁ ଏକ ରକ୍ତଦାନ ଶିବିର ଆଶ୍ରମ ପରିସରରେ ଅନୁଷ୍ଠିତ ହେବ। ଏ ନେଇ ବିଦ୍ୟାଳୟର ପ୍ରଧାନ ଗୁରୁଜୀ କିଶୋର ଚନ୍ଦ୍ର ଦାସଙ୍କ ଆବାହକତ୍ୱରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଆଶ୍ରମର ପ୍ରତିଷ୍ଠାତା ଦେବଗୁରୁ ପରମହଂସ, ସାମ୍ବାଦିକ ବିବେକାନନ୍ଦ ମିଶ୍ର, ଦୀନବନ୍ଧୁ ଭାଇ, କୃପାସିନ୍ଧୁ ଭାଇ, ସଂଜୟ ଗୁରୁଜୀ, ସୁଧୀର ଗୁରୁଜୀ, ଅନୀଲ ଗୁରୁଜୀ ଓ ବୈରାଗୀ ଗୁରୁଜୀ ପ୍ରମୁଖ ଉପସ୍ଥିତ ରହି ଶିବିରକୁ ସଫଳ କରାଇବା ଉପରେ ମତ ରଖିଥିଲେ। ବେଗୁନିଆ ସମ୍ବାଦ ପ୍ରତିନିଧି ଯୋଗେଶ୍ୱର ପଣ୍ଡା ବୈଠକକୁ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର