ବାଲୁକା କଳା ଶିଳ୍ପୀ ମୁକେଶ କାବିସିଙ୍କୁ ‘ଉତ୍କଳ ସାଧବ ଚକ୍ର ପ୍ରଦାନ

ମାଲକାନଗିରି: ମାଲକାନଗିରି ଜିଲ୍ଲାର କାଲିମେଳା ବ୍ଲକର ଆଦିବାସୀ ବାଲୁକା କଳା ଶିଳ୍ପୀ ମୁକେଶ କାବାସିଙ୍କୁ କଟକରେ ଆୟୋଜିତ ହେଉଥିବା ବାଲିଯାତ୍ରାରେ ନିଖିଳ ଉତ୍କଳ ବିଶ୍ବଶାନ୍ତି ପ୍ରତିଷ୍ଠାନ ତରଫରୁ ଉତ୍କଳ ସାଧବ ଚକ୍ରରେ ସମ୍ମାନୀତ କରାଯାଇଛି। ଏହି ସମ୍ମିଳନୀରେ ଓଡିଶାର ୫୦ ପ୍ରତିଭାଙ୍କୁ ସମ୍ମାନୀତ କରାଯାଇଥିଲା। ପ୍ରକାଶ ଥାଉକି ମୁକେଶ କାବାସି ସୁଦୁର କାଲିମେଳା ବ୍ଲକର ନକ୍ସଲ ପ୍ରବଣ ଅଂଚଳରୁ ଯାଇ ପୂରୀ ସ୍ଥିତି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଅନୁଷ୍ଠାନରେ ବାଲୁକା କଳା ଶିକ୍ଷା ଲାଭ କରି ଏବେ ବେଶେ ପ୍ରତିଷ୍ଠିତ ହୋଇପାରିଛନ୍ତି।

ଜଣେ ଆଦିବାସୀ ଯୁବକ ହୋଇ ଏହି କଳା ପ୍ରତି ରହିଥିବା ତାଂକର ଅଗାଢ ଭଲପାଇବା ତାଂକୁ ଆଜି ରାଜ୍ୟରେ ପ୍ରତିଷ୍ଠିତ କରିପାରିଛି। ଉତ୍କଳୀୟ ପରଂପରା ଏବଂ ଆଧୁନିକ ଲୋକପ୍ରିୟ ଖବରକୁ ସାଉଁଟି ସମାଜକୁ ବାଲୁକା କଳା ମାଧ୍ୟମରେ ଅେକ ଥର ବାର୍ତ୍ତା ପ୍ରଦାନ କରିଛନ୍ତି। ସେ ବିଭିନ୍ନ ରାଜ୍ୟ ବୁଲି ନିଜର କଳା ପ୍ରତିଯୋଗିତାରେ ଭାଗ ନେଇ କୃତକାର୍ଯ୍ୟ ହୋଇଛନ୍ତି। ନୂଆକରି କଳାକୁ ଉପସ୍ଥାପନ କରିବାର ଶ୍ରେଷ୍ଟତ୍ବ ତାଂକ ନିକଟରେ ରହିଛି।ବାଲୁକ ଶଯ୍ୟାରେ ସୂକ୍ଷ୍ମ କାରୁକାର୍ଯ୍ୟ କରିପାରିଥିବାରୁ ଆଜି ତାଂକୁ ଏହି ପଦବିରେ ସମ୍ମନୀତ କରାଯାଇଛି। ଏହି ଖବର ଜିଲ୍ଲାରେ ପ୍ରଚାର ହେବା ପରେ ତାଂକୁ ଶୁଭେଛାର ବାର୍ତ୍ତା ମିଳୁଛି।

ସମ୍ବନ୍ଧିତ ଖବର